STORYMIRROR

Laxmipriya Sahu

Classics

3  

Laxmipriya Sahu

Classics

ନିର୍ବାଚନ

ନିର୍ବାଚନ

1 min
183


ମନୁଷ୍ୟ ଜନ୍ମ କୋଟି ତପସ୍ୟାର ଫଳ

       ସମ ତପସ୍ୟାର ଫଳ ଭିନ୍ନ କଣ ପାଇଁ

ଜଣେ ଜନ୍ମ ନିଏ ମହଲରେ

           ଆଉ ଜଣେ ବସ୍ତିର ଝୁପୁଡ଼ି ଘରେ

କିଏ ହଜମି ବଟିକା ଖାଏ ତ 

           କିଏ ବାର ଦ୍ୱାର ଶୁଣ୍ଢି ପିଣ୍ଡା ହୁଏ

ଦୟା ପ୍ରେମ ସହାନୁଭୂତି ର ଅଳଙ୍କାର ନେଇ

       ଘୃଣା ସ୍ୱାର୍ଥପରତା ଅହଂରେ ସଜେଇଛୁ

ଉତ୍ତମ କର୍ମର ଫଳ ଉତ୍ତମ ସିନା

   ପୁଣି କର୍ମଫଳରେ ଆଶା ନ ରଖିବାକୁ କହୁଚୁ

ମହାପାପି ଏଠି ମହାନନ୍ଦରେ ରହୁଛି

               ଯୋଗୀ ଦୁଃଖରେ ମରୁଛି

ଦରିଦ୍ରର ବନ୍ଧୁ ବୋଲି ତୁ ଦୀନବନ୍ଧୁ

              ହେଲେ ତୁ ଆଜି ଧନୀବନ୍ଧୁ

ରତ୍ନ ସିଂହାସନ ମୋହ ଲାଗିଛି 

       ଷାଠିଏପଉଟି ସୁନାବେଶରେ ହଜିଛୁ

ଦୀନ ଜନତା ନ୍ୟାୟ ମାଗୁଛି

            ନ୍ୟାୟ ଦିଅ ଜଗତର ନାଥ

ନ୍ୟାୟ ନ କରୁଛ ସିଂହାସନ ଖାଲି କର

    ଜଗତର ସିଂହାସନ ଲାଗି ନିର୍ବାଚନ କର

ଦୁଖୀ ନିଷ୍ପେସିତ ତା ଶାସନ କର୍ତ୍ତା ବାଛିବ

          ସିଂହାସନର ପ୍ରକୃତ ଅଧିକାରୀ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics