ପାଦ
ପାଦ
1 min
142
ହେ ଜଗତର ନାଥ ଜଗନ୍ନାଥ
କି ବର୍ଣ୍ଣିବି କି ଉପମା ଦେବି
ତୁମ ପଦ୍ମ ପାଦର
ଗଙ୍ଗା ଯାହାର ନଖଧାର
ବ୍ରହ୍ମା ରୁଦ୍ରଙ୍କୁ ସେ ପାଦ ଅଗୋଚର
ତିନି ପାଦ ଭୂମି ବଳିଠୁ ନେଲ
ଦୁଇ ପାଦେ ସ୍ୱର୍ଗ ମର୍ତ୍ୟ ଆଚ୍ଛାଦିଲ
ତୃତୀୟେ ବଳି ମସ୍ତକେ ରଖିଲ
ତୁମ ପାଦ ସ୍ପର୍ଶେ
ପାଷାଣୀ ଅହଲ୍ୟା ଶାପମୁକ୍ତ ହେଲେ
କୋଟି ପୂଣ୍ୟବଳେ କୈବର୍ତ୍ତ
ତୁମ ପାଦଧୌତ ପଦଉଦକ ପାଇଲା
ଶକଟା ଆଦି ଅସୁର
ସେ ପାଦ ସ୍ପର୍ଶେ ନାଶ ଗଲେ
ତ୍ରିଭଙ୍ଗି ଠାଣିରେ
ସେ ପଦୁ ଗଳୁଛି ମକରନ୍ଦ
ସେ ମକରନ୍ଦ ପାନ କରି
ହେଳେ ତରିଲେ ବ୍ରଜ ନାରୀ
ଲକ୍ଷ୍ମୀଦେବୀ ଯେ ପାଦର ଅଟନ୍ତି ଦାସୀ
ସେ ପାଦେ ମୋ ଶରଣ ରହୁ...
