STORYMIRROR

Laxmipriya Sahu

Classics

3  

Laxmipriya Sahu

Classics

ଦର୍ଶକ

ଦର୍ଶକ

1 min
174


ଲେଖନ ଧରି ବସିଛି ଲେଖିବା ପାଇଁ

               କି ଲେଖିବି ଲେଖି ପାରୁ ନାହିଁ

ତୂଳୀ ଧରି ବସିଛି ଅଙ୍କିବା ପାଇଁ

                କି ଆଙ୍କିବି ଆଙ୍କି ଜାଣି ନାହିଁ

ବୋଲିବି ବୋଲି କି ବୋଲିବି

                 ସ୍ୱର ତାଳ ପାଉ ନାହିଁ

କେତେ ଯେ ରୂପ ତୋର କେତେ କଥା

             ବର୍ଣ୍ଣିବାକୁ ଶକତି ନାହିଁ ମଥାରେ

କୃଷ୍ଣ ରୂପେ ଅଘା, ବକା,ପୁତନା ମାରି

                   ଶେଷେ କଂସ ନାଶିଲ

ରାମ ନାମେ ରାବଣ କୁମ୍ଭକର୍ଣ୍ଣ ବଦ୍ଧ କରି

            ଅନ୍ୟ ରାମେ କ୍ଷତ୍ରିୟ କୁଳ ବିନାଶିଲ

ତ୍ରେତୟା ଦ୍ୱାପରେ ଅହଲ୍ୟା,ଦ୍ରୌପଦୀ ଉଦ୍ଧାରିଲ

         ଲଷ୍ମୀ, ପ୍ରିୟଙ୍କା ଦୁର୍ଦ୍ଦଶା ଦେଖି ଚୁପ ରହିଲ

ଭିନ୍ନ ଯୁଗେ ଭିନ୍ନେ ଭିନ୍ନେ ଅସୁର ମାରିଲ

               କଳିରେ ଯେତେ ଦାନଵ ତାଣ୍ଡବ

ଜଗନ୍ନାଥ ସାଜି ଦେଖି ଆସିଲ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics