STORYMIRROR

Laxmipriya Sahu

Others

3  

Laxmipriya Sahu

Others

ମୋ ପରିଚୟ

ମୋ ପରିଚୟ

1 min
258


ମୋ ପରିଚୟ

ବିଳମ୍ବିତ ରାତ୍ରିର ସ୍ବପ୍ନଟିଏ

ଉତଫୁଲ୍ଲିତ ଖିଆଲି ମନର ଇଛାଟିଏ

ଝୁମି ଝୁମି ଝରୁଥିବା

ଝରଣାର ଆନମନା ଗୀତଟିଏ

ଝୁରି ଝୁରି ଝୁଲୁଥିବା ଅଭୁଲା ସ୍ମୃତିଟିଏ

ବସନ୍ତର ଆଗମନର

କୋଇଲିର କୁହୁକୁହୁ ତାନଟିଏ

ଫାଲ୍ଗୁନର ଫଗୁଖେଳର

ଅବିର ରଙ୍ଗଟିଏ

ମୋ ଆତ୍ମାରୁ ଅନ୍ତରୀକ୍ଷ ଯାଏ

ଲମ୍ବିଥିବା ନିସ୍ବ ମୁହୂର୍ତ୍ତର

ଡେଣା କଟା ପକ୍ଷୀଟିଏ

ବିବର୍ଣ୍ଣ ମନ ଆକାଶର

ଉଚ୍ଚାଟ ଆନ୍ଦୋଳନଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍