ମୋ ପରିଚୟ
ମୋ ପରିଚୟ
1 min
253
ମୋ ପରିଚୟ
ବିଳମ୍ବିତ ରାତ୍ରିର ସ୍ବପ୍ନଟିଏ
ଉତଫୁଲ୍ଲିତ ଖିଆଲି ମନର ଇଛାଟିଏ
ଝୁମି ଝୁମି ଝରୁଥିବା
ଝରଣାର ଆନମନା ଗୀତଟିଏ
ଝୁରି ଝୁରି ଝୁଲୁଥିବା ଅଭୁଲା ସ୍ମୃତିଟିଏ
ବସନ୍ତର ଆଗମନର
କୋଇଲିର କୁହୁକୁହୁ ତାନଟିଏ
ଫାଲ୍ଗୁନର ଫଗୁଖେଳର
ଅବିର ରଙ୍ଗଟିଏ
ମୋ ଆତ୍ମାରୁ ଅନ୍ତରୀକ୍ଷ ଯାଏ
ଲମ୍ବିଥିବା ନିସ୍ବ ମୁହୂର୍ତ୍ତର
ଡେଣା କଟା ପକ୍ଷୀଟିଏ
ବିବର୍ଣ୍ଣ ମନ ଆକାଶର
ଉଚ୍ଚାଟ ଆନ୍ଦୋଳନଟିଏ ।
