STORYMIRROR

Laxmipriya Sahu

Thriller

3  

Laxmipriya Sahu

Thriller

ମହାସମର

ମହାସମର

1 min
256


ଶଙ୍ଖନାଦ ଶୁଭିଲା

ମହାଯୁଦ୍ଧ ବି ଆରମ୍ଭ ହେଲା

ସଂଗ୍ରାମ ସିନା ଆରମ୍ଭ କଲ

ହେଲେ ସଂଗ୍ରାମୀ କାହାନ୍ତି ପ୍ରଭୁ

କରୋନା ରୂପି ବ୍ରହ୍ମସ୍ତ୍ର ଭୟରେ

ତାଲାବନ୍ଦର ଡାକରା ଆସିଲା

ପୃଥିବୀର ଦୁଇଶହ ଅଠର ଦେଶ

କାତରେ ନିଜ ଇଷ୍ଟକୁ ଡାକିଲେ

କୋଟି କୋଟି ଲୋକ ଆକ୍ରାନ୍ତ ସାଙ୍ଗକୁ

ଲକ୍ଷ ଲକ୍ଷ ମୁଣ୍ଡ ଗଡ଼ିଲା

ଇସ୍ରାଏଲ ବ୍ରିଟିଶ ଇଂଲଣ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ

ସ୍ପେନ ରାଜାରାଣୀ ପ୍ରଧାନମନ୍ତ୍ରୀ ବି ବଶହେଲେ

କେତେ ରଥି ମହାରଥି ଗଲେ ଟଳି

ଆମେରିକା ଚୀନ ସ୍ପେନ ଇଟାଲୀ

ଉନ୍ନତ ଦେଶମାନ ଗଲେ ହାରି

ତଥାପି ଯୁଦ୍ଧର ଅବସାନ ହେଲା ନାହିଁ

ଭାରତ ଦକ୍ଷିଣକୋରିଆ ସିଙ୍ଗାପୁର

ଲଢେ଼ଇ ଭାର କାନ୍ଧେ ମୁଣ୍ଡାଇଲା

ଭାରତ ଆମ ମଙ୍ଗ ଧରିଲା

କ୍ଲରୋକୁଇନ ସଞ୍ଜିବନୀ ବାଣ୍ଟିଚାଲିଲା

ସାରା ଦୁନିଆରୁ ଆଶିଷ ଛୁଟିଲା

ପ୍ରଧାନମନ୍ତ୍ରୀ ଆମ ହନୁମାନ ସାଜିଲେ

ଗାନ୍ଧିଜୀଙ୍କ କଥା ମନେପକାଇ

ସ୍ୱଚ୍ଚତା ଆଡ଼କୁ ଆଉ ଦୁଇପାଦ ଆଗେଇଲେ

ହଜିଲା ସଂସ୍କୃତି ସଂସ୍କାର ସ୍ମୃତିକୁ ଆଣି

ନମସ୍କାରେ ସ୍ୱାଗତ ଜଣାଇଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller