STORYMIRROR

Yudhisthira Lenka

Classics Inspirational

3  

Yudhisthira Lenka

Classics Inspirational

ବାଜିରାଉତଙ୍କୁ ଶ୍ରଦ୍ଧାଞ୍ଜଳି

ବାଜିରାଉତଙ୍କୁ ଶ୍ରଦ୍ଧାଞ୍ଜଳି

1 min
618

ଉତ୍କଳ ମାଟିର ଇତିହାସ କହେ

ଶହୀଦଙ୍କ ବୀର ଗାଥା

ତନ୍ମଧ୍ୟରେ ଭିନ୍ନ ବାଜିରାଉତଙ୍କ

ବଳିଦାନ ଦିଏ ବ୍ୟଥା ।।୧।।


ବାର ବରଷର କିଶୋର ବାଳକ

ଅନନ୍ୟ ତା ବଳିଦାନ

ଅଦମ୍ୟ ସାହସ ଦେଶପ୍ରେମ ତାର

ଆଜିବି ଜାଜ୍ଜୁଲ୍ୟମାନ ।।୨।।


ଦେଶପାଇଁ ତାର ପ୍ରାଣ ବିସର୍ଜନ

ଲୋମହର୍ଷଣ ଯେତିକି

ସେ ସ୍ମୃତି ଜାଗିଲେ ହୃଦୟଟା ଦୁଃଖେ

ଶିହରି ଉଠେ ସେତିକି ।।୩।।


ଗଡଜାତ ପ୍ରଜା ଆନ୍ଦୋଳନ ବେଳେ

ବ୍ରାହ୍ମଣୀ ନଦୀର କୂଳେ

ବ୍ରିଟିଶ ଫୌଜର ଗୁଳିଗୋଳାକୁ ସେ

ଖାତିର ନକରି ତିଳେ ।।୪।।


ଡଙ୍ଗାଧରି ବାଜି ଜଗି ରହିଥିଲା

ସେଦିନ ସିଏ ରାତିରେ

ବ୍ରିଟିଶ ଫୌଜକୁ ନଦୀପାର ପାଇଁ 

ମନା କରିଲା ଜିଦ୍ ରେ ।।୫।।


ଗୋରା ଫିରିଙ୍ଗିର ବନ୍ଧୁକ ଗୁଳିରେ

ବକ୍ଷ ତାର ହେଲା ଭେଦ

ଶୋଣିତର ଧାର ବହିଗଲା ସେଠି

ଲାଲ୍ କରି ନଦୀବକ୍ଷ ।।୬।।


ଟଳିପଡିଲା ସେ ଶତାବ୍ଦୀର ଫୁଲ

କ୍ଷୁଦ୍ର ନାଉରୀ ବାଳକ

ନିଳକଣ୍ଠପୁର ପବିତ୍ର ମାଟିର

ରଖି ଯାଇଅଛି ଟେକ ।।୭।।


ବାଜିରାଉତଙ୍କ ଦେଶପ୍ରେମ ଆଜି

ଉତ୍କଳର ଗାଥା ଗାଏ

ସେଭଳି ସୁଯୋଗ୍ୟ ସନ୍ତାନ କ୍ୱଚିତ୍

ଦେଶପାଇଁ ଜନ୍ମ ନିଏ ।।୮।।


ଧନ୍ୟ ତୁମେ ବାଜି ଧନ୍ୟ ତୁମ ତ୍ୟାଗ

ବୀର ରୂପେ ଦେଲ ପ୍ରାଣ

ଶ୍ରଦ୍ଧାଞ୍ଜଳି ତୁମ ଜନ୍ମଦିବସରେ

ଅମରପୁରରେ ଘେନ ।।୯।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics