STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ଚିଠି ସେତ ସ୍ମୃତିର ମ୍ୟୁଜିୟମ

ଚିଠି ସେତ ସ୍ମୃତିର ମ୍ୟୁଜିୟମ

1 min
167


 ସତେ କାହିଁ ଚାଲିଗଲା ସେ ଯୁଗ 

 ଚିଠି ଚିଠି ଡାକ ପକାଉଥିଲା ଡାକଵାଲା 

 ଘରୁ ସୁନି ଭାଉଜ ଓଢଣୀପକି 

 ମୁରୁକି ହସଟେ ଦେଇ 

 ନେଇଯାଏ ଚିଠି 

 ସୁଦୂରରୁ ଆସିଛି 

 ସ୍ୱାମୀ ପାଖରୁ 

 କାହିଁ କେଉଁ କାଳରୁ ଅନେଇ ବସିଥାଏ 

 ଚିଠିଟେ ପାଇ 

 ଆଉ ସିଏ ବି ଲେଖି ବସେ 

 ପ୍ରୀତି ପରସା ଦେଇ  ll


 କି ଥିଲା ସେ ଉତ୍କଣ୍ଠା 

 ଲେଖିବାର ଆଉ ପଢ଼ିବାର 

 ମାଆର ଅପେକ୍ଷା ସ୍ତ୍ରୀର ଅପେକ୍ଷା 

 ବନ୍ଧୁ ପରିଜନର ଅପେକ୍ଷା ଚିଠିଟେ ପାଇଁ 

 ସତେ କି ସେ ପରି ରାଇଜର ଚଢେଇ ll


 ଆଜି କିନ୍ତୁ ହଜି ଯାଇଛି ସେ ଚିଠି 

 ଆଉ ସେ ଡାକଵାଲା 

 ନା ଅଛି ସେ ସାଧବ ବୋହୂର ପ୍ରତୀକ୍ଷା 

 ନା ଅଛି ମାଆଟେ ପୁଅର ଚିଠିକୁ ଅପେକ୍ଷା 

 ଆଜି ଗୋଟେ କ୍ଲିକରେ ଚିଠି ଚାଲିଯାଉଛି 

 କାଶ୍ମୀରରୁ କନ୍ୟାକୁମାରୀ 

 ଗଙ୍ଗାରୁ ଗୋଦାବରୀ  

 ଆଜି ଡିଜିଟାଲ ଯୁଗ 

 ଫେସବୁକର ଯୁଗ ୱାଟସାପ୍ପର ଯୁଗ 

 ଟୁଇଟର ଇନଷ୍ଟାଗ୍ରାମ ଯୁଗ ହେଇଯାଇଛି 

 ଆଉ ଚିଠି ମ୍ୟୁଜିୟମରେ ସ୍ମୃତି ହେଇଯାଇଛି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract