Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Abstract Classics

3  

Prabhati Mahapatra

Abstract Classics

ଦୀପାବଳି

ଦୀପାବଳି

1 min
214


ଆଜି ପରା ଘରେ ଦୀପାଳି ଜଳିବ

ମନ ମୋ ଆନନ୍ଦ ପରା

ଜନମତ ଆସେ ଶ୍ରୀରାମ ବିଜୟେ

ଉଲ୍ଲାସ ଜଗତ ସାରା ।

ଦଶାନନ ନାଶି ଧରାକୁ ଉଶ୍ଵାସୀ 

ଭକତ ଗଣକୁ ରଖି

ପ୍ରଜା ବତ୍ସଳ ସେ କୌଶଲ୍ୟା ନନ୍ଦନ

ନପାରନ୍ତି ଦୁଃଖ ଦେଖି ।

ମହାଳୟା ପର୍ବେ ପିତୃ ପୁରୁଷ ଯେ

ପିଣ୍ଡ ଶ୍ରାଦ୍ଧେ ହୋଇ ତୃପ୍ତି 

ବିଦାୟ ମେଲାଣି ଦୀପାଳିରେ ଘେନି

ଦେଇ ଥାନ୍ତି ସୁଖ ଶାନ୍ତି ।

ଆଲୋକ ଉତ୍ସବେ ଆତସ ରୋଶଣି

ଧାଡ଼ି ଧାଡ଼ି ଦୀପମାଳା

ଭାଇଚାରା ବାଣ୍ଟି ଆନନ୍ଦ ମନାନ୍ତି

ଭସାଇ ଆଲୋକ ଭେଳା ।

ଧନ ଲକ୍ଷ୍ମୀ ଆସି ଧନ ବରଷାନ୍ତି

ପାତକ କରିଣ ନାଶ

ଏପରି ପରବ ସ୍ଵାଗତ ଯୋଗ୍ୟ ଯେ

ଆସୁ ଥାଉ ପ୍ରତି ବର୍ଷ ।



Rate this content
Log in

Similar oriya poem from Abstract