କଳାବାଡିଆ ମା ପାଉଡୀ
କଳାବାଡିଆ ମା ପାଉଡୀ
ରାଗ:- ବିଭାସ କେଦାର
ତିନି ଜିଲ୍ଲା ଏବେ ପରା ସିହଂଭୂମୀ
ଷଢେଇକଳା ଖରସୁଆଁର ଭୂମି !!
ଦ୍ୱିତୀୟର ନାମ ପୂର୍ବ ସିହଂଭୂମୀ
ତୃତୀୟ ଯେ ପଶ୍ଚିମ ସିହଂଭୂମୀ !!
ମା ପାଉଡୀଙ୍କର ପୂଜାର ସ୍ଥାନ ଟି
ଗାଁ କଳାବାଡିଆ ଗାଆଁରେ ଅଟେଟି !!
ପାଉଡୀଙ୍କ ଅଛି ପବିତ୍ର ଜାହିରା
ଗଛ ଲତା ପୁଷ୍ପ ରହିଅଛି ଭରା !!
ଷଢେଇକଳା ଖରସୁଆଁ ଜିଲ୍ଲାର
କଳାବାଡିଆ ଗାଁ, ଖଡ଼ଖାଇ ତୀର !!
ବ୍ଲକ ଶାଖା ଯାର ରାଜନଗର
ଗୁଞ୍ଜୁଛି ତାଙ୍କ ମହିମା ନିରନ୍ତର !!
ବୀର ଭୂମି ଏହୁ ଖଣ୍ଡାୟତଙ୍କର
ତାଙ୍କ ବଳେ ରାଜା ଥିଲେ ବଳିଆର !!
ସୂର୍ଯ୍ୟ ବଂଶୀ ଏଠି କ୍ଷେତ୍ରୀ ଖଣ୍ଡାୟତ
ଅନ୍ୟାୟ ବିରୂଦ୍ଧେ ସଦା ଉପସ୍ଥିତ !!
ମାତା ଯେ ପାଉଡୀ ପରା ଇଷ୍ଟ ଦେବୀ
କରନ୍ତି କରୁଣା ସନ୍ତାନେ ସେ ଭାବି !!
ମାତା କାତ୍ୟାୟନୀ ନାମରେ ଚର୍ଚ୍ଚିତ
କରନ୍ତି ସଂକଟେ କୃପା ମା ସାକ୍ଷାତ !!
କଳା ଧଳା ଘୋଡ଼ା ତାଙ୍କରି ବାହାନ
ଗାଆଁର ସୁରକ୍ଷା ତାଙ୍କ ଅବଦାନ !!
ମାଘମାସ ପୂଜା କରନ୍ତି ଦେହୁରୀ
ମମତାମୟୀ ଓ ସେ କରୁଣାକାରୀ !!
ବୁଣା ପୂଜା ହୁଏ ପାଉଡୀ ଚରଣେ
ଶସ୍ଯ ଶ୍ୟାମଳର ଭୂମିର କାରଣେ !!
ପାଉଡୀ ଙ୍କ ପୂଜା ଆଷାଢ଼ ମାସରେ
ଆଶୀର୍ବାଦ ସଦା ରାଷ୍ଟ୍ର ନିର୍ମାଣରେ !!
ବ୍ରତଘର ହେଉ ଅବା ବିଭାଘର
ଶୁଭ କର୍ମେ ହୁଏ ପୂଜନ ତାଙ୍କର !!
