କଳା ଓ କଳଙ୍କ
କଳା ଓ କଳଙ୍କ
ଚାନ୍ଦ ଦେହେ ଯେଉଁ କଳଙ୍କ
ମୋ ଦେହେ ହୋଇ କଳାଜାଇ
କଳାବତୀ ହୋଇ କଳା ବିଛେଇ
କଳାକାର ମତେ କଲା ନେଇ
ମୁଁ ସତ କହିଲେ ମିଛେଇ
ମିଛ କହିଲେ ପୁଣ୍ୟ ଶୁନ୍ୟ ଯାଇ
ଜହ୍ନରେ କଳଙ୍କ ଗୋଟେ ଛାଇ
ସତ କି ମିଛ ଜାଣେନାହିଁ
ଜହ୍ନରେ କଳଙ୍କ ପ୍ରେମ ପାଇଁ
ନୀଳକଇଁ କହେ ନାଇଁ ନାଇଁ
ଚିତ୍ରକର କେହି ଆଙ୍କିଛି
ଜହ୍ନକୁ କଳା ଦେଇ କଳାକାର କେହି
ହୋଇପାରେ ତାହା ବଡ଼ ଚାନ୍ଦକଳା
ଚନ୍ଦ୍ରଙ୍କ ମାଆ ଆଙ୍କି ଦେଇ ଲୁଚି ରହି
ଦେଖନ୍ତି ପାପ ଆଉ ପୁଣ୍ୟ ଦୁଇ ନଈ
ବହିଯାଏ ଦୁଇକୁଳ ଛୁଇଁ ଛୁଇଁ
ପାପ ହୋଇଥିଲେ କହନ୍ତା କାହିଁ
କଳଙ୍କ ବୋଲି କାଳିମାରେ ଛିଟା ଦେଇ
ପୁଣ୍ୟ ହୋଇଥିଲେ ଭାବିଥାନ୍ତା ନିଶ୍ଚେ
ଚାନ୍ଦରେ ଚନ୍ଦ୍ରବିନ୍ଦୁ ଆଙ୍କି କେହି
ପରୀକ୍ଷା କରୁଛି ଚିତ୍ରକର କିଏ ଗଲା ରହି
ତୁଳୀରେ ଆଙ୍କିଛି ଓଁ କଳା ରଙ୍ଗ ଦେଇ
ଅବୁଝା ମନକୁ ବୁଝେଇବ କିଏ
ବୁଝିଯାଇଛି ତା ମନ ଭାବ ନେଇ
କଳା ନା କଳଙ୍କ ଅବା ଚୁମ୍ବନ ଦାଗ ଅଟେ ସେହି
ନୀଳକଇଁ କ୍ଷମା ମାଗି କହଇ
ଦୂର ଚାନ୍ଦ ମୋର ପ୍ରୟୋଜନ ନାହିଁ
ପ୍ରେମର ସନ୍ତକ କିଆଁ ଦେବି ଏତେ ଦୂରେ ରହି
ଯାର ମନ ଯେଡ଼େ ସେ ସବୁ ଯୋଡ଼େ
ନେଇ ଆଣି ଥୋଇ ମିଛ ସତ କହି
ନୀଳକଇଁ ଏବେ ଏବେ ଯାଇଛି ଦେବୀ ହୋଇ
ଆସୁଛି ପାର୍ବଣ ଘେନି ଅର୍ପଣ ଚାନ୍ଦ ଦେଖିବେ ଦୂରେ ରହି ।
