STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

କଳା ଓ କଳଙ୍କ

କଳା ଓ କଳଙ୍କ

1 min
145


ଚାନ୍ଦ ଦେହେ ଯେଉଁ କଳଙ୍କ

ମୋ ଦେହେ ହୋଇ କଳାଜାଇ

କଳାବତୀ ହୋଇ କଳା ବିଛେଇ

 କଳାକାର ମତେ କଲା ନେଇ

ମୁଁ ସତ କହିଲେ ମିଛେଇ

ମିଛ କହିଲେ ପୁଣ୍ୟ ଶୁନ୍ୟ ଯାଇ

ଜହ୍ନରେ କଳଙ୍କ ଗୋଟେ ଛାଇ

ସତ କି ମିଛ ଜାଣେନାହିଁ

ଜହ୍ନରେ କଳଙ୍କ ପ୍ରେମ ପାଇଁ

ନୀଳକଇଁ କହେ ନାଇଁ ନାଇଁ

ଚିତ୍ରକର କେହି ଆଙ୍କିଛି

ଜହ୍ନକୁ କଳା ଦେଇ କଳାକାର କେହି

ହୋଇପାରେ ତାହା ବଡ଼ ଚାନ୍ଦକଳା

ଚନ୍ଦ୍ରଙ୍କ ମାଆ ଆଙ୍କି ଦେଇ ଲୁଚି ରହି

ଦେଖନ୍ତି ପାପ ଆଉ ପୁଣ୍ୟ ଦୁଇ ନଈ

ବହିଯାଏ ଦୁଇକୁଳ ଛୁଇଁ ଛୁଇଁ

ପାପ ହୋଇଥିଲେ କହନ୍ତା କାହିଁ

କଳଙ୍କ ବୋଲି କାଳିମାରେ ଛିଟା ଦେଇ

ପୁଣ୍ୟ ହୋଇଥିଲେ ଭାବିଥାନ୍ତା ନିଶ୍ଚେ

ଚାନ୍ଦରେ ଚନ୍ଦ୍ରବିନ୍ଦୁ ଆଙ୍କି କେହି

ପରୀକ୍ଷା କରୁଛି ଚିତ୍ରକର କିଏ ଗଲା ରହି

ତୁଳୀରେ ଆଙ୍କିଛି ଓଁ କଳା ରଙ୍ଗ ଦେଇ

ଅବୁଝା ମନକୁ ବୁଝେଇବ କିଏ

ବୁଝିଯାଇଛି ତା ମନ ଭାବ ନେଇ

କଳା ନା କଳଙ୍କ ଅବା ଚୁମ୍ବନ ଦାଗ ଅଟେ ସେହି

ନୀଳକଇଁ କ୍ଷମା ମାଗି କହଇ

ଦୂର ଚାନ୍ଦ ମୋର ପ୍ରୟୋଜନ ନାହିଁ

ପ୍ରେମର ସନ୍ତକ କିଆଁ ଦେବି ଏତେ ଦୂରେ ରହି

ଯାର ମନ ଯେଡ଼େ ସେ ସବୁ ଯୋଡ଼େ

ନେଇ ଆଣି ଥୋଇ ମିଛ ସତ କହି

ନୀଳକଇଁ ଏବେ ଏବେ ଯାଇଛି ଦେବୀ ହୋଇ

ଆସୁଛି ପାର୍ବଣ ଘେନି ଅର୍ପଣ ଚାନ୍ଦ ଦେଖିବେ ଦୂରେ ରହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract