କଲା ଆତ୍ମତୃପ୍ତି ତା ଦଲକାଏ ପବନ
କଲା ଆତ୍ମତୃପ୍ତି ତା ଦଲକାଏ ପବନ
ପାହାନ୍ତିଆ ତାରା
ଶୋଇବା ଆଗରୁ
ନିତ୍ୟକର୍ମ ସାରି ଦେଇ,
ପ୍ରଭାତ ଭ୍ରମଣେ
ଯାଉଁ ନିତିପ୍ରତି
ଆମେ ତିନି ସାଥି ହୋଇ ॥୧॥
କିଏ ପାଇଜାମା
କିଏ ଫୁଲପ୍ଯାଣ୍ଟ
କିଏ ପିନ୍ଧିକି ନିକର ,
କିଏ ଦୌଡୁଥାଏ
କିଏ ଚାଲୁଥାଏ
ହାତରେ ଧରି କୁକୁର ॥୨॥
ହୋଇ ଧାଡି ଧାଡି
ଟ୍ରକ ଯାଏ ମାଡି
ହୋଇ ସହର ବାହାର ,
ମନ ପ୍ରଫୁଲ୍ଲିତ
ହୁଏ ଶୁଣି ଗୀତ
ଲାଗୁଥାଏ ବାହାଘର ॥୩॥
ଧୀରେ ଧୀରେ ରୌଦ୍ର
ତାପ ର ପ୍ରଖରେ
ଝାଳେ ତିନ୍ତିଲା ବସନ ,
ଟ୍ରକ ଗଲାପରେ
କଲା ଆତ୍ମତୃପ୍ତି
ତା ଦଲକାଏ ପବନ ॥୪॥