STORYMIRROR

Sivaram Thakur

Others

2  

Sivaram Thakur

Others

ଏବେ ବି ସମୟ ଅଛି

ଏବେ ବି ସମୟ ଅଛି

1 min
38


ପାଶ୍ଚାତ୍ୟ ଆସିଲା

    ସଂସ୍କାର ଖାଇଲା

        ଧ୍ଵଜା ଏବେ ବାକି ଅଛି, 

ଥାଉ ଥାଉ ବେଳ

    ବାନ୍ଧ ରେ କୁମର

        ଏବେ ବି ସମୟ ଅଛି ॥୧॥

ଟହ ଟହ ଲାଲ

    ମହାକାଳ ଫଳ

        ପୁରି ରହିଥାଏ ବିଷ ,

ରାଜା ବି ଫକିର

    ହୋଇ ବୁଲେ ଘର

        ଗଳେ ଝୁଲାଇ ଅଙ୍କୁଶ ॥୨॥

ଖଜୁରୀ ଗଛର

    କି ଗୁଣ ଗାଇବି

        ମୂଳରୁ ପାହାଚ ଥାଇ, 

ଥିଲା ଯିଏ ଦିନେ

    ଶାସକ ଶାସନେ

        ବୁଲେ ସେ ମୂଷିକ ହୋଇ ॥୩॥ 

କାଳର କ୍ରୂରରେ

    ପଡିଗଲେ ଥରେ

        ରହିବନି ଆଉ କିଛି ,

ଥାଉ ଥାଉ ବେଳ

    ବାନ୍ଧ ରେ କୁମର

        ଏବେ ବି ସମୟ ଅଛି ॥୪॥

ଯେବେ ଠୁ ଆସିଲା

    ଏ ଦୂରଦର୍ଶନ

        ବେତାରେ କାଳ ପଡିଲା,

ସେହି ମଜା ତୁହି

    ପାଇବୁ ବା କାହିଁ 

        ରେଡିଓ କାଖେଇ ବୁଲା ॥୫॥

ସ୍ମାର୍ଟ ମୋବାଇଲ

    ବର୍ଣ୍ଣବୋଧେ କାଳ

        ଖାଇଲା ସିଲଟ ଖଡି ,

ଯେଉଁ ପିଲା ଦିନେ

    ବସୁଥିଲା ମୌନେ

        ଠିଆ ସେ ପ୍ରଥମ ଧାଡି ॥୬॥

ଇଂରାଜୀ ର ଚେର 

    ହୁଏ ଅଗ୍ରସର

        ମାତୃଭାଷା ଯାଏ ଲୁଚି, 

ଥାଉ ଥାଉ ବେଳ

    ବାନ୍ଧ ରେ କୁମର

        ଏବେ ବି ସମୟ ଅଛି ॥୭॥

ଅପାଠୁଆ ଆଜ୍ଞା

    ପାଠୁଆ ଅବଜ୍ଞା

        ନ କରି ନାଚେ ଇଶାରେ,

ହାତୀର ପିଠିରେ

    ବାଘ ମଜାମାରେ

        ଛେଳି ଟା ବାଘ ଉପରେ ॥୮॥

ଦିନେ ପିନ୍ଧୁଥିଲା

    ଗରିବର ପିଲା

        ଛିଣ୍ଡା ଜାମା ଦେହେ ତାର,

 ଏବେ ବଡ ଯେତେ

    କରୁଛନ୍ତି ସତେ 

        ଚିରା କନାକୁ ଆଦର ॥୯॥

ବସିକି ଭୋଜନ

    ବଡ କୁ ସମ୍ମାନ

        ଆଉ ନାହିଁ ବଛା ବାଛି ,

ଥାଉ ଥାଉ ବେଳ

    ବାନ୍ଧ ରେ କୁମର

        ଏବେ ବି ସମୟ ଅଛି ॥୧୦॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍