STORYMIRROR

Sivaram Thakur

Others

3  

Sivaram Thakur

Others

ତୁମେ ବି ଆସ ଭାଇ

ତୁମେ ବି ଆସ ଭାଇ

1 min
223


   

ନିଶି ଅନ୍ତେ କାକ ଉଡିଲେ

        ନିଡ ତ୍ୟାଗି ସଅଳ ,

ସାଥିରେ ଉଡିଲା ଶାବକ

        ହୋଇ ଭାବ ବିହ୍ଵଳ ॥୧॥

ନୂଆ ନୂଆ ଡେଣା ଝାଡୁଛି

        କେଡେ ଖୁସି ଲାଗଇ ,

ଭଦ୍ରତାରେ ପୋଲ ଉପରେ  

        ସର୍ବେ ବସିଲେ ଯାଇ ॥୨॥

କାଆ କାଆ ହୋଇ କହିଲା

        ମାଆ କାକ ଛୁଆକୁ ,

ଏମିତି ଉଡିଲେ କାଟିବ

        କଅଁଳିଆ ଡେଣାକୁ ॥୩॥

ଥକା ହେବ ଦେହେ ତୋହର

        ମନ ହେବ ଅବଶ ,

ଆରେ ପୁଅ ଶୀଘ୍ର ଫେରିଆ

        ଲାଗୁଥିବ ରେ ଶୋଷ ॥୪॥ 

ଦେଖୁଥିଲେ ଏହି ଦୃଶ୍ୟକୁ

        ଦୁଇ ଶ୍ଵାନ ପାଶରେ ,

ଆଶ୍ଚର୍ଯ୍ୟ ଲାଗିଲା ଦେଖିକି

        କା

କ ଥିବା ଶାନ୍ତରେ ॥୫॥

ପଚାରିଲେ ଶ୍ଵାନେ କାକକୁ

        କହ କିସ କାରଣ ,

ପରିବାର ସର୍ବେ କରିଛ

        ମୌନ ବ୍ରତ ଧାରଣ ॥୬॥

ବୃଦ୍ଧ କାକ ଦିଏ ଉତ୍ତର

        ମଢ ପଡିଛି ଦେଖ ,

ପରିବେଶ ହେଲା ଦୁର୍ଗନ୍ଧ

        ଦେଇ ହୋଉନି ନାକ ॥୭॥

ପରିବେଶ ସ୍ଵଚ୍ଛ କରିବୁ

        ବୋଲି ଉଭା ଏଠାରେ ,

ଅଭିଯାନ ସ୍ଵଚ୍ଛ ଭାରତ

        ଚାଲିଅଛି ସହରେ ॥୮॥

ସଫା କରିଦେବୁ ମଢ କୁ

        ତୁମେ ବି ଆସ ଭାଇ,

ମିଳିମିଶି କଲେ ଉଦ୍ୟମେ 

        ସଫଳତା ମିଳଇ ॥୯॥

ପରିବେଶ ହେଲେ ନିର୍ମଳ

        ସୁସ୍ଥ ହେବେ ସମସ୍ତେ ,

ଜନ ସମାଜରେ ସଜାଗ

        ଦେଖା ଦେବ ତୁରିତେ ॥୧୦॥


Rate this content
Log in