STORYMIRROR

Sivaram Thakur

Others

3  

Sivaram Thakur

Others

## ମାନବ ଜୀବନ ତୋର

## ମାନବ ଜୀବନ ତୋର

1 min
452


ମାନବ ଜୀବନ

    ପାଇଛୁରେ ମନ

        କେତେ ପୂଣ୍ୟ ବଳେ ତୋର ,

ହେଇ ଆତ୍ମବଡି

    ଦେଏନି ଉଜାଡି

        ପଶ୍ଚାତାପ ହେବ ସାର ॥୧॥

ପାପ ପୂଣ୍ୟ ଯେତେ

    ଅରଜିବୁ ସତେ

        ସେ ହେବ ଭାଗୀ ତୋହର, 

ସେଲାଗିରେ ମନ

    ତୁହି ନିତି ଦିନ

        ଦାନ ଧର୍ମ ସେବା କର ॥୨॥ 

ତୋ କର୍ମଫଳର

    ତୁହି ଭାଗୀଦାର

        କେ ନୁହେଁ ଏଠି କାହାର ,

ସରଗର ସୁଖ

    କା ଭାଗ୍ୟରେ ଦୁଃଖ

        ମାଗି ପୋଷେ କେ ଉଦର ॥୩॥  

ଏ ଜନମେ ଭାଇ

    ଦେଇଥିଲେ ପାଇ

        ବାନ୍ଧିଥା ଗଣ୍ଠି ଧନରେ,

ସବୁ ଭୁଲି ଆଜ

    ରାମ ନାମ ଭଜ

        ମହାପୂଣ୍ୟ ଲଭିବୁରେ ॥୪॥  

ଗୃହହୀନ ରହେ

    ଦି’ମହଲା ଘରେ

        କୋଠା ବାଲା ରାସ୍ତା ପରେ ,

ଆଜି ନୃପବର

    କାଲିର ଫକୀର

        ବନ୍ଧା ସମୟ ହାତରେ ॥୫॥ 

ଦିନ ପରେ ରାତି

    ଆତଯାତ ନିତି

        ସୁଖ ଆସେ ଦୁଃଖ ପରେ,

ଅନ୍ୟର ଉପର

    ଫିଙ୍ଗିଲେ ପଥର

        ଦି’ଗୁଣା ପଡେ ଉପରେ ॥୬॥

ସତକର୍ମେ ମନ

    ଦିଅ ନିତି ଦିନ

        କର ପର ଉପକାର ,

ଦେବ ତୁଲ୍ୟ ସମ

    ହେବ ଅନୁପମ

        ମାନବ ଜୀବନ ତୋର ॥୭॥

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍