ଅଣନିଃଶ୍ୱାସ ଲାଗଇ
ଅଣନିଃଶ୍ୱାସ ଲାଗଇ


ନିରାଶିତ ମନେ
କାନ୍ଦୁଥିଲା ଦିନେ
ବିକଳେ ନିନ୍ଦି କର୍ମକୁ,
ଝର ଝର କରି
ଅଶ୍ରୁ ଯାଏ ଝରି
ଓଦା କଲା ବସନକୁ ॥୧॥
ଅଶ୍ରୁଳ ବଦନ
ଦେଖି ଛନ ଛନ
ବାନ୍ଧବୀ ଆସି ପଚାରେ ,
ହୋଇଅଛି କିସ
କରହେ ପ୍ରକାଶ
ହାଲୁକା ହେବ ଚିତ୍ତରେ ॥୨॥
ବାନ୍ଧବୀକୁ ଦେଖି
କହେ ନିରିମାଖୀ
କି କହିବି ଆଲୋ ସଖୀ ,
ଅସହାୟ ବ
ୋଲି
ଯା’କୁ ଆଶ୍ରା ଦେଲି
ଦେଉଛି ସେ ତଣ୍ଟି ଚିପି ॥୩॥
ଧୀରେ ଧୀରେ ଚଢି
ଯାଉଅଛି ମାଡି
ଶାଖା ପ୍ରଶାଖା ମେଲାଇ ,
ଏହି ପରଭୋଜୀ
ଲାଗଇ ଇଂରେଜୀ
ଆଉ ସହି ନ ହୁଅଇ ॥୪॥
କୁହ ହେ ବାନ୍ଧବୀ
ମୁଁ କିସ କରିବି
ବୁଦ୍ଧି ମୋର ନ ଦିଶଇ ,
ଏହି ମୋର ଦୁଃଖ
କରୁଛି ବିମୁଖ
ଅଣନିଃଶ୍ୱାସ ଲାଗଇ ॥୫॥