ଲୋଭରେ ଦେଲି ମୁଁ ତୋଳି
ଲୋଭରେ ଦେଲି ମୁଁ ତୋଳି


ନିର୍ମଳ ଗଗନେ
ରବିର କିରଣେ
ପଡଇ ଛିଟା ସୁନାର,
ଚକ୍ ଚକ୍ କରେ
ଧାନ କିଆରୀରେ
ମୋତି ବିନ୍ଦୁ ର କାକର ॥୧॥
ନିତ୍ୟକର୍ମ ସାରି
ଯାଆନ୍ତି ବାହାରି
ସାଙ୍ଗ ସାଥି ହୋଇ ଲୋକ ,
ପ୍ରଦୂଷଣ ମୁକ୍ତ
ରହଇ ପ୍ରଭାତ
ଛୁଟେ ଫୁଲର ମହକ ॥୨॥
ତରାଟ ଟଗର
ହେନା କନିଅର
ନାନାଜାତିର ମନ୍ଦାର ,
ଫୁଲେ ଭରପୁର
ଆମରି ସହର
ଦୁଇ ପାର୍ଶ୍ଵରେ ରାସ୍ତାର ॥୩॥
ସକାଳୁ ସକାଳୁ
ପ୍ରାତ ଭ୍ରମଣରେ
ଯାଉଁ ଆମେ ନିତିପ୍ରତି ,
ହାତରେ ଚାଙ୍ଗୁଡି
ଆଉ ବେତ ବାଡି
ଦୁଇଜଣ ହୋଇ ସାଥି ॥୪॥
ପଡିଶାର ଘର
ଫୁଲେ ଭରପୁର
ଜୁଇ ଯାଇ ହେନା ମଲ୍ଲୀ ,
ଗୋଲାପ ର ଫୁଲ
କରିଲା ପାଗଳ
ଲୋଭରେ ଦେଲି ମୁଁ ତୋଳି ॥୫॥