STORYMIRROR

Sivaram Thakur

Tragedy

2  

Sivaram Thakur

Tragedy

ଘଷି ଘଷି ସରିଗଲା

ଘଷି ଘଷି ସରିଗଲା

1 min
92


ଛାମୁ ଯାହା ଦେଲେ ହରଷେ 

    ପାଉ ପାଉ ଗଲା ବରଷେ

        ତଥାପି ମନ ନ ମାନିଲା ,

            ଚପଲ ହଳକ ନୂଆଥିଲା ମୋର

                    ଘଷି ଘଷି ସରିଗଲା ॥୧॥

ଇନ୍ଦିରା ଆବାସ ଯୋଜନା

    ଦିବସ ରେ ତାରା ଗଣନା

        ଦେଖୁ ଦେଖୁ ବର୍ଷ ପାହିଲା,

            ଚପଲ ହଳକ ନୂଆଥିଲା ମୋର

                    ଘଷି ଘଷି ସରିଗଲା ॥୨॥

ଛୋଟ ଠାରୁ ବଡ ସମସ୍ତେ

    ଲୁଟିଲେ ଅଫିସର ଯେତେ

        ଯାହା ଥିଲା ତାହା ସରିଲା,

            ଚପଲ ହଳକ ନୂଆଥିଲା ମୋର

                    ଘଷି ଘଷି ସରିଗଲା ॥୩॥

ନାହିଁ ଆଖା ଶାଖା ଆମର

    ପୁଅ ବି କରି ଦେଲା ପର

        ଏଇନେ ସତୁରୀ ପୁରିଲା,

            ଚପଲ ହଳକ ନୂଆଥିଲା ମୋର

                    ଘଷି ଘଷି ସରିଗଲା ॥୪॥ 

ଯେବେ ବି ପଞ୍ଚାୟତ ଗଲେ

    ହୋଇଯିବ ତୋ କହୁଥିଲେ 

        ମିଠା କଥା ମନ ମୋହିଲା

            ଚପଲ ହଳକ ନୂଆଥିଲା ମୋର

                    ଘଷି ଘଷି ସରିଗଲା ॥୫॥ 

ଛୁଟିରେ ପରା ବଡ ବାବୁ

    ଆଜିଯା ତୁ କାଲି ଆସିବୁ 

        କହି ଆଡ ମୁହେଁ ଚାଲିଲା ,

            ଚପଲ ହଳକ ନୂଆଥିଲା ମୋର

                    ଘଷି ଘଷି ସରିଗଲା ॥୬॥

ସେହି ଦିନୁ ମୁହଁକୁ ମାରି 

    ଆସୁଲୁ ଆମେ ଘର ଫେରି

        ଆଶା ଆମ ଏବେ ତୁଟିଲା ,         

            ଚପଲ ହଳକ ନୂଆଥିଲା ଆମ

                    ଘଷି ଘଷି ସରିଗଲା ॥୭॥ 

ବଳଦ ହଳକ ଆମର

    ତାକୁ ବି ନେଲା ସାହୁକାର

        ଚାରି ଦିଗ ଅନ୍ଧାର ହେଲା ,

            ଚପଲ ହଳକ ନୂଆଥିଲା ମୋର

                    ଘଷି ଘଷି ସରିଗଲା ॥୮॥ 

ଗରିବ ର ମୁଣ୍ଡ ମାରିକି

    ଦରମା ବି ଖାଅ ବସିକି

        ତଥାପି ପେଟ ନ ପୁରିଲା ,

            ଚପଲ ହଲକ ନୂଆଥିଲା ମୋର

                    ଘଷି ଘଷି ସରିଗଲା ॥୯॥ 

ଚକା ଆଖି ସବୁ ଦେଖୁଛି

    ହିସାବ କିତାବ କରୁଛି

        ଧର୍ମ କୁ ଅଧର୍ମ ଖାଇଲା ,

            ଚପଲ ହଲକ ନୂଆଥିଲା ମୋର

                    ଘଷି ଘଷି ସରିଗଲା ॥୧୦॥ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy