Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sivaram Thakur

Classics Others

3  

Sivaram Thakur

Classics Others

କବିବର ରୂପେ ଜନ୍ମ ଆଉ ଥରେ

କବିବର ରୂପେ ଜନ୍ମ ଆଉ ଥରେ

1 min
224


 

ବିଦ୍ଵାନ ମଣ୍ଡଳୀ ଉତ୍କଳ ସାହିତ୍ୟେ ,      

ସେ ନକ୍ଷତ୍ର ପୁଞ୍ଜେ ଉଭା ଦୀପ୍ତିମନ୍ତେ ॥ 

ଉଜ୍ବଳ ତାରକା ତୁମେ ଉତ୍କଳର ,      

 ଆହେ ଯୋଗଜନ୍ମା ତୁମେ କବିବର ॥

ବାଲେଶ୍ଵର ଜିଲ୍ଲା କେଦାରପୁର ରେ ,

ଜନ୍ମିଥିଲ ପ୍ରଜ୍ଞା ଆଶ୍ଵିନ ମାସରେ ॥

ଅଦ୍ଭୁତ ଆହ୍ଲାଦ ପ୍ରକୃତି ବର୍ଣ୍ଣନା ,     

  କମନୀୟ କାନ୍ତି ସୂଚାରୁ କଳ୍ପନା ॥

ରାଧା ନାଥ ଗ୍ରନ୍ଥାବଳୀ ଯେ ତୁମର ,   

  ସରସ ସୁନ୍ଦର କବିତାରେ ପୁର ॥

ଭାରତଗୀତିକା ଆଉ ମେଘଦୂତ ,      

କବିତାବଳୀ ଯେ ରସରେ ପୂରିତ ॥

ବନ୍ଦେ ସର୍ବେଷାଂନୋ ଜନନୀ ଭାରତ ,   

 ଭାରତଗୀତିକା ଅଟେ ଶ୍ରେଷ୍ଟ କୃତ ॥

ପବନ କବିତା ବର୍ଣ୍ଣନା ସମୀର,       

କୋଇଲି ବସନ୍ତ ଭ୍ରମର ର ସୁର ॥

ବୃକୋଦର ହସ୍ତେ ବଧି ଦୁଃଶାସନ,      

ବେଣୀ ସଂହାର ରେ କରିଲ ବର୍ଣ୍ଣନ ॥

ବିରହ ଗୀତିକା ପ୍ରେମିକ ପ୍ରେମିକା ,     

କେଦାରଗୌରୀରେ କରିଅଛ ଲେଖା ॥

ଚନ୍ଦ୍ରଭାଗା କାବ୍ୟେ କୋଣାର୍କ ମନ୍ଦିର ,    

ଶାପ ଗ୍ରସ୍ତେ ଶିରୀ ତୁଟିଲା ଅର୍କ ର ॥

ନନ୍ଦିକେଶ୍ଵରୀ ଓ ପାର୍ବତୀ ଚିଲିକା ,    

  ନୀଳ ଊର୍ମିମାଳେ ଶୋଭଇ ମାଣିକା ॥

ମହାଭାରତ ର ସେ ମହାପ୍ରସ୍ଥାନ ,      

ମହାଯାତ୍ରା କାବ୍ୟେ କରିଛ ବର୍ଣ୍ଣନ ॥

ଯଯାତିକେଶରୀ ତୁଲସୀ ସ୍ତବକ      

 ସାବିତ୍ରୀଚରିତ୍ର କବିତା ଅନେକ ॥

ମହେନ୍ଦ୍ରଗିରି ଦଶରଥବିୟୋଗ,     

   ରାମଙ୍କ ବିହୁନେ ଚାଲିଗଲେ ସ୍ଵର୍ଗ ॥

ପୁଲିସ କୁଳିଶ ପାଦ ଚଟା ନର,       

ତାଙ୍କ ପାଇଁ ଶିକ୍ଷା ଲେଖା ଦରବାର ॥

ଅଗାଧ ପାଣ୍ଡିତ୍ୟ ଜ୍ଞାନର ସାଗର ,     

 ସେଲାଗି ଉପାଧି ହେଲା କବିବର ॥

ଉତ୍କଳୀୟ ଅଳି ତୁମ ଜୟନ୍ତୀ ରେ,     

 କବିବର ରୂପେ ଜନ୍ମ ଆଉ ଥରେ ॥


Rate this content
Log in