STORYMIRROR

Ajit Kumar Raut

Abstract Action

4  

Ajit Kumar Raut

Abstract Action

କିଣିବା ରାଷ୍ଟ୍ର ନିର୍ମିତ

କିଣିବା ରାଷ୍ଟ୍ର ନିର୍ମିତ

1 min
363


ଖୁସିର ଏ ପର୍ବ ଅମୃତ କାଳର କିଣିବା ସ୍ବଦେଶୀ ସବୁ,

ସ୍ବଦେଶେ ନିର୍ମିତ ଦେଶ କାରିଗରୁ

ଦୀପାଳି କିଣିବା ବାବୁ।


ବାଣ କିଣିବା ଟି ସ୍ବଦେଶେ ନିର୍ମିତ କର୍ତ୍ତବ୍ୟ ଅଟେ ଆମର,

ତେବେ ସିନା ରାଷ୍ଟ୍ର ପ୍ରଗତି କରିବ

ବିକାଶ ହେବ ରାଷ୍ଟ୍ରର।


ଦୀପାବଳି ପର୍ବେ ଯାହା ଆବଶ୍ୟକ ବଜାରୁ ଆଣିବା ସବୁ,

କିଣିବା ଆଦରେ ଦେଶର ନିର୍ମିତ

ଅଟେଟି କର୍ତ୍ତବ୍ୟ ବାବୁ।


କର୍ତ୍ତବ୍ୟର ପଥ ଆତ୍ମନିର୍ଭରରେ ନିର୍ଭର ହୋଇବା ଯେବେ,

ଆତ୍ମବିଶ୍ବାସ ଟି ଜାଗ୍ରତ କରିବା

ଜୀବନ ଯାତ୍ରାରେ ତେବେ।


ସମୃଦ୍ଧି ଆଣିବା ରାଷ୍ଟ୍ରକୁ ଆମର ହେବ ଶକ୍ତିଶାଳୀ ରାଷ୍ଟ୍ର,

ତହିଁ ବ୍ୟବହାର ସ୍ବଦେଶୀ ନିର୍ମିତ 

ତେବେ ହିଁ ଉନ୍ନତି ରାଷ୍ଟ୍ର।


ପରା ଦୀପାବଳି ପୌରାଣିକ ପର୍ବ ତ୍ରେତୟାରୁ ଆବିର୍ଭାବ,

ଦୀପ ଜାଳି ଥିଲେ ସ୍ବାଗତେ ରାମଙ୍କ

ବର୍ଣ୍ଣିବାଟି ଅସମ୍ଭବ।


ପର୍ବ ବିଜୟର ଦୀପତ୍ସବ ଏହୁ ସନାତନ ଏ ସଂସ୍କୃତି,

ଦୀପ ଲିଭି ନାହିଁ ତ୍ରେତୟା ଯୁଗରୁ

ବିଜୟ ପର୍ବ ସଂସ୍କୃତି।


ଅମୃତ କାଳରେ ପ୍ରବେଶ ଭାରତ ସାଜିଛି ନୂଆ ଭାରତ,

ସ୍ବଦେଶୀ ନିର୍ମିତ ପ୍ରୟୋଜନ ଏବେ

ବ୍ୟବହାର କରେ ଭାରତ।


ସବୁତ ନିର୍ମିତ ପବିତ୍ର ରାଷ୍ଟ୍ରରେ ଆବିଷ୍କାର ନୂଆ ନୂଆ

ରାଷ୍ଟ୍ର ହୀତେ ସବୁ ନିର୍ଭର ହୁଅନ୍ତି

ନିର୍ମିତ ଟି ନୂଆ ନୂଆ।


କାହିଁ ପାଇଁ ଭାଇ ବିଦେଶୀ କିଣିବା ବନୁଛି ସବୁତ ରାଷ୍ଟ୍ରେ,

ଦୀପାବଳି ପାଇଁ ଯାହା ଭି ଜିନିଷ

ଉପଲବ୍ଧ ଏବେ ରାଷ୍ଟ୍ରେ।


କରିବା ପୂଜନ ଲକ୍ଷ୍ମୀ ଠାକୁରାଣୀ କରିବାଟି ମାତା କାଳୀ,

ଗଜନାନଙ୍କର ପୂଜନ କରିବା

କରିବା ଭକ୍ତିରେ ଅଳି।


ନୈବେଦ୍ୟ ଟି ହେବ ସ୍ବଦେଶୀ ନିର୍ମିତ ଗ୍ରହଣ ଦେବ କରିବେ, 

କରୁଣା କରିବେ ରାଷ୍ଟ୍ରର ନିର୍ମାଣେ

ନରହିବ ଦୁଃଖ କେବେ।




Rate this content
Log in

Similar oriya poem from Abstract