STORYMIRROR

Sunanda Mohanty

Abstract Romance Others

3  

Sunanda Mohanty

Abstract Romance Others

କଇଁ

କଇଁ

1 min
248


ତୋ ପରି ଫୁଲଟି କୋଉଠି କାହିଁ

ଖୁଦୁରୁକୁଣୀରେ ତତେ ପାଇବା ପାଇଁ

ବେଣୀ କରି ଗୁନ୍ଥି ମା ମଙ୍ଗଳା ପାଇଁ

ସବୁ ଫୁଲଠାରୁ ଦିଶୁ ଦାଉ ଦାଉ ହଁ ନା ନାଇଁ

ଦୁର୍ଗା ପୂଜା ବେଳେ ପ୍ରକୃତି କୋଳରେ

କେତେ ଖେଳୁ କାଶତଣ୍ଡି ତୋ ପରି ନୁହଁଇ

ତୁ ରହୁଥାଉ ଜହ୍ନ କୁ କାହିଁକି ଚାହିଁ

କବିର କବିତା ପ୍ରେମିକ ରଫଖାତା

କାଟେ ଦିନ ରାତି ତୋ ନାଁ ନେଇ

ଦୁର୍ଗା ପୂଜା ପାଇଁ ତୋତେ ତୋଳି ନେଇ

ଭାବେ ମୁଁ ଜିଣିଛି ତତେ ତୋଠାରୁ ପଙ୍କରୁ ପାଇ

ଏଡ଼ିକି ଛଇଳା ଫୁଲ ତତେ କିଏ କଲା

ଠାକୁର ଠାକୁରାଣୀ ହାଇଁ ପାଇଁ ତୋ ପାଇଁ

ନାଉରୀ ବାପୁଡ଼ା ଦଣ୍ଡେ ଚାହେଁ ତତେ ନାଆ

ଯେବେ ନଦୀରେ ବାହିଥାଇ

ଅଳିରେ ସୁନ୍ଦର ଫୁଟିଲେ ହୁନ୍ଦର 

ଅଛି ତୋ ପରି କିଏସେ ଫୁଲ କୁଆଁରୀ କାହିଁ

ଲକ୍ଷ୍ମୀ ପୂଜା କାଳେ କୁମାର ର୍ପୂର୍ଣ୍ଣମୀ ଆଞ୍ଜୁଳି ବେଳେ

ତତେ ଖୋଜା କରୁ ତୁ କାହିଁ ନାହିଁ ନାହିଁ

ଚମ୍ପାଗୋରୀ ଗୋଲାପସରି ଜୁଇ ଜାଇ 

ହେନା ତୋ ସଙ୍ଗେ ସରି ନୁହଁଇ

କାଳୀ ପୂଜା ଦିପାବଳୀ ଆସୁଛି

ଦେବେ ତତେ ମାଆକୁ ପିନ୍ଧାଇ

କଳା ଶାଢ଼ୀ ଆଉ ଧଳା ଫୁଲ ପିନ୍ଧି ଝଟକିବ

ପରୀ ପରି ଦିଶୁଥାଇ, ସତେ ମାଆ କହଇ

ଭଳବି ପାଆନ୍ତି ତତେ ସତ୍ୟ ସାଇ ହାତରୁ ଫୁଟାଇ

ଦିବ୍ୟ ଓ ଦୈବୀ କୃପାରେ ତୁ ଫୁଲ କଇଁ

ତୋ ରଙ୍ଗ ଧଳା ନୀଳ ନାଲି ହଳଦିଆ ଦିଶଇ ।


Rate this content
Log in

Similar oriya poem from Abstract