କଇଁ
କଇଁ
ତୋ ପରି ଫୁଲଟି କୋଉଠି କାହିଁ
ଖୁଦୁରୁକୁଣୀରେ ତତେ ପାଇବା ପାଇଁ
ବେଣୀ କରି ଗୁନ୍ଥି ମା ମଙ୍ଗଳା ପାଇଁ
ସବୁ ଫୁଲଠାରୁ ଦିଶୁ ଦାଉ ଦାଉ ହଁ ନା ନାଇଁ
ଦୁର୍ଗା ପୂଜା ବେଳେ ପ୍ରକୃତି କୋଳରେ
କେତେ ଖେଳୁ କାଶତଣ୍ଡି ତୋ ପରି ନୁହଁଇ
ତୁ ରହୁଥାଉ ଜହ୍ନ କୁ କାହିଁକି ଚାହିଁ
କବିର କବିତା ପ୍ରେମିକ ରଫଖାତା
କାଟେ ଦିନ ରାତି ତୋ ନାଁ ନେଇ
ଦୁର୍ଗା ପୂଜା ପାଇଁ ତୋତେ ତୋଳି ନେଇ
ଭାବେ ମୁଁ ଜିଣିଛି ତତେ ତୋଠାରୁ ପଙ୍କରୁ ପାଇ
ଏଡ଼ିକି ଛଇଳା ଫୁଲ ତତେ କିଏ କଲା
ଠାକୁର ଠାକୁରାଣୀ ହାଇଁ ପାଇଁ ତୋ ପାଇଁ
ନାଉରୀ ବାପୁଡ଼ା ଦଣ୍ଡେ ଚାହେଁ ତତେ ନାଆ
ଯେବେ ନଦୀରେ ବାହିଥାଇ
ଅଳିରେ ସୁନ୍ଦର ଫୁଟିଲେ ହୁନ୍ଦର
ଅଛି ତୋ ପରି କିଏସେ ଫୁଲ କୁଆଁରୀ କାହିଁ
ଲକ୍ଷ୍ମୀ ପୂଜା କାଳେ କୁମାର ର୍ପୂର୍ଣ୍ଣମୀ ଆଞ୍ଜୁଳି ବେଳେ
ତତେ ଖୋଜା କରୁ ତୁ କାହିଁ ନାହିଁ ନାହିଁ
ଚମ୍ପାଗୋରୀ ଗୋଲାପସରି ଜୁଇ ଜାଇ
ହେନା ତୋ ସଙ୍ଗେ ସରି ନୁହଁଇ
କାଳୀ ପୂଜା ଦିପାବଳୀ ଆସୁଛି
ଦେବେ ତତେ ମାଆକୁ ପିନ୍ଧାଇ
କଳା ଶାଢ଼ୀ ଆଉ ଧଳା ଫୁଲ ପିନ୍ଧି ଝଟକିବ
ପରୀ ପରି ଦିଶୁଥାଇ, ସତେ ମାଆ କହଇ
ଭଳବି ପାଆନ୍ତି ତତେ ସତ୍ୟ ସାଇ ହାତରୁ ଫୁଟାଇ
ଦିବ୍ୟ ଓ ଦୈବୀ କୃପାରେ ତୁ ଫୁଲ କଇଁ
ତୋ ରଙ୍ଗ ଧଳା ନୀଳ ନାଲି ହଳଦିଆ ଦିଶଇ ।