ଫାଲ୍ଗୁନୀ ସୁବର୍ଣ୍ଣ ଫଗୁଣ
ରଙ୍ଗ ର ପକାଇ ରାଣ
ମନ ମୁନ ଚୈତନ୍ୟ
ଫେରାଇ ଦିଏ ପ୍ରାଣ
ପତ୍ର ହୁଏ ଝରା
ଶୀତ ଯାଇ କଅଁଳ ଖରା
ଥୁଣ୍ଟା ଗଛ ନବପଲ୍ଲବେ ତୋରା
ନବପଲ୍ଲଵ ଓ ମୃଦୁ ମଳୟ
ଦିଏ ନୂଆ ଛୁଆଁ
ନେଳି ପତ୍ର କରେ କୁଆଁ କୁଆଁ
ଆମ୍ଭ ବଉଳାଇ ଫଗୁଣ ମାସେ
ଦିଗ ଚହଟାଇ ତାର ସୁବସେ
କେତକୀ ବକୁଳ ଅଶୋକ ସଙ୍ଗେ
ପଳାଶ ଫୁଳର ନାଲିଆ ରଙ୍ଗେ
ସ୍ୱାଗତ କରେ ଫଗୁଣକୁ ଧରା
ଗୁଣୁ ଗୁଣୁ ଗୀତ ଗାଏ ଭଅଁର
ଫୁଲରୁ ଫୁଲକୁ ପ୍ରଜାପତି ଏଥର
ଭାବନା ମନସ୍କ ମଣିଷ
ମନ ଓ ଜୀବନ ଅନ୍ୟମନସ୍କ
କବିତା ପଙ୍କ୍ତି ରେ କବି କଷ
ଦୋଳରେ ବୁଲିବେ ଦୋଳ ଗୋବିନ୍ଦ
ଭକ୍ତ ମନେ ଭାବ ମକରନ୍ଦ
ଚାରିଆଡେ ରଙ୍ଗ ପସରା
ହୋଲି ଚାହେଁ ବୁଲି ପ୍ରକୃତି ଇସାରା
ଫଗୁଣ ସତରେ ଭାରି ନିଆରା
,,,,,,,,,,,,,,,,,,