ଅଗଣା ରେ ଫଗୁଣ
ବାରଣ୍ଡା ରେ ଅଶିଣ
ଚାନ୍ଦିନୀ ରେ ଚନ୍ଦନ
ବାରିଆଡେ ଯତନ
ଦାଣ୍ଡପଟେ ନାହିଁ ଦହନ
ମନ ରେ ମନ ମିଶି ଭୁବନ
ରାଗ ରୁଷା ଅଭିମାନ
ନାହିଁ ସେ ଅଭିଧାନ
ଏମିତିକା ଦେଶ
ଦେଖିବ ଯଦି ଆସ
ନାମ ଭାରତ ବର୍ଷ
ରାଇଜ ଓଡିଶା ଶୀର୍ଷ
ଶ୍ରମ ଧର୍ମ କର୍ମ ନିପୁଣ
ଗାଇ ଭାଗବତ ପୁରାଣ
ଦେଖି ଦେଖେଇ ଜହ୍ନ
ଆଣୁ ମନେ ମାନସମ୍ମାନ
ଭେଦ ଭାବ ଭୁଲି
ହାତୀ ପରି ଝୁଲି ଝୁଲି ଚାଲି
ବେଙ୍ଗ ପରି ଫୁଲି
କହୁ ସ୍ୱର୍ଗ ଆମ ସଦନ
ଦେଶ ଆମ ଭୁବନ
କରି ଯତନ ଦେଇ ସୁସମ୍ମାନ
ରଖିବା ମହତ
ପାଇବା ଇଜ୍ଜତ
ଟେକ ରଖି ବେକ ଉଠାଇ ଭଜନ
କଲେ ଦିବ୍ୟଦର୍ଶନ
ଧରା ମଧ୍ୟରେ ଆମ ଦେଶ ଦିବ୍ୟଧାମ
ତ୍ରିରଙ୍ଗା ରଙ୍ଗରେ
ଘାସ ର ରଙ୍ଗରେ
ଧଳା ପାରାର ଠାଣିରେ
ତ୍ରିଭଙ୍ଗୀ ଭଙ୍ଗୀରେ
ଅଶୋକ ଚକ୍ର ଅଖରେ
ଉପରେ ନାରଙ୍ଗୀ କମଳା ରଙ୍ଗରେ
ସମାହିତ ସମାଦୃତ ଭାରତ ବର୍ଷରେ