ଆହେ ସୀତା ପତି ଅଗତିର ଗତି
କ୍ଷମାର ଅଟ ମୂରତି
ରାମରସ ତୁମ ଅତୀବ ଶାଶ୍ୱତ
ସମାଦୃତ କୀର୍ତ୍ତୀ କିରତି
ମାଆ କୌଶଲ୍ୟା ନନ୍ଦନ ସୁମିତ୍ରା ଜୀବନ
କୈକେଇଙ୍କୁ କରି ମୂର୍ତ୍ତି
ରାମାୟଣ ଲେଖା ହୋଇକି ପାରନ୍ତା
ଯଦି ପ୍ରଭୁ ନ ଇଛନ୍ତି
ସଭିଏଁ ଜାଣନ୍ତି ବିମାତା କୈକେଇଙ୍କ ବର
ରାମ ବନବାସ ଯାଆନ୍ତି
ପ୍ରଭୁଙ୍କର ଇଛା ଥିଲା ତାହା କଲେ ମାଆ
ପୁତ୍ର ପାଇଁ ଦୋଷୀ ଅତି
ଏକଥା ଜାଣନ୍ତି ପ୍ରଭୁ ରାମଚନ୍ଦ୍ର ମାଆ କୈକେଇ
ପରାଏ ମାତା ନାଁହାଁନ୍ତି
ଲୋକେ ବୋଲିବେ କଣ ପ୍ରଜାକୂଳ ପ୍ରତି
ରାଘବ ସଦୟ ହୁଅନ୍ତି
ଧୋବା ଧୋବଣୀଙ୍କ ବାର୍ତ୍ତାଳାପ ଶୁଣି
ସତୀ ସୀତା ଙ୍କୁ ବଣେ ଛାଡ଼ନ୍ତି
ଜାଣିଥିଲେ ପ୍ରଭୁ ସେପରି ନହେଲେ
ରାମାୟଣ ଲେଖା ସମ୍ପୂର୍ଣ୍ଣ ହେବ କେମିତି
ସବୁ ଜନ୍ମେ ପ୍ରଭୁ ହୋଇ ଅବତାରୀ ରୂପ
ଆସାଧ୍ୟ୍ୟ ସାଧନ କରିଥାନ୍ତି
ଜୟ ପ୍ରଭୁ ବୋଲି ଡାକି ବୀର ହନୁମାନ
ଯେମିତି ପାଆନ୍ତି ମୁକ୍ତି
ମୁଁ ଛାର ଭକତ ଶ୍ରଦ୍ଧା ଭକ୍ତି ସୁମନରେ ପାଦେ
ପୂଜା କରୁଛି ସେମିତି
ପ୍ରଭୁ ଶ୍ରୀରାମ ନୁଁହଁନ୍ତି କିମ୍ବଦନ୍ତୀ
ପାଖେ ପାଖେ ଅଛନ୍ତି
ଦିବ୍ୟ ପୁରୁଷ ଦିବ୍ୟ ଆଭାରେ ନିତ୍ୟ
କାନ୍ତିରେ ଝଟକୁଥାଆନ୍ତି
ରାମ ଜପି ରାମ ଧ୍ୟାୟୀ ରାମ ସ୍ତୁତି ଗାଇ
ଜୀବନେ ପୂର୍ଣ୍ଣାହୁତି ଶାନ୍ତି ପ୍ରାପ୍ତି
,,,,,,,,,,,,,,,,,