ହିମାଳୟ ଠାରୁ ଗୋଦାବରୀ
ମୋ ଦେଶ ଭାରତ ବର୍ଷ
ଓଡିଶା ରାଇଜେ ଜଗନ୍ନାଥ ପ୍ରଭୁ
ଲାଗେ ପୁରୀ ଭାରି ହର୍ଷ
ଯେଉଁ ଧାମେ ଜଗନ୍ନାଥ ମହାପ୍ରଭୁ
ଗାଏ ଜଗନ୍ନାଥ ଇତିହାସ
ମାନବ ଲୀଳା ଖେଳା ଚକାଡୋଳା
ପୁରୀ ସହର ଭିତରେ ଶୀର୍ଷ
ଜଗନ୍ନାଥ ବଳଭଦ୍ର ମାଆ ସୁଭଦ୍ରା
ତେର ଯାତ୍ରା ତାଙ୍କ ବାରମାସ
କିଏ ଚକାଡୋଳା କିଏ ଚକାଜହ୍ନ କିଏ
ମନମୋହନ ଙ୍କ ପାଇ ସ୍ପର୍ଶ
ଆନନ୍ଦ ମନ ସଚ୍ଚିଦାନନ୍ଦ ଭୁବନେ ଜନ୍ମ
ମନେ ହସ ହୃଦୟେ ଚନ୍ଦ୍ରହାସ
ତ୍ରିରଙ୍ଗ ରଙ୍ଗ ରେ ସଜାଇ ପତାକା
କହି ଜାତୀୟ ଦିବସ
ପ୍ରୀତି ମୈତ୍ରୀ ଶାନ୍ତି ପ୍ରୀତି ବାର୍ତ୍ତା ବାଣ୍ଟି
ମୋ ଭାରତ ଦେଶ ଅଛି ଶୀର୍ଷ
ଅନେକ ରେ ଏକ ପୁଣି ଏକ ରେ ଅନେକ
ଯାହାର ଅଟେ ଆଦର୍ଶ
ସେଇ ମୋ ଭାରତ ଦେଶ
ବିଦେଶ ଭୂଇଁରେ ପରିଚୟ ଓ ଠିକଣା
ଓଡିଶା ଅଟେ ଜଗନ୍ନାଥ ଦେଶ
ମୋ ଦେଶ ଭାରତ ରାଇଜ ଓଡିଶା
କୋଉଠି ଅଛି ଏମିତି ବେଶ
ଯହିଁ ପ୍ରକୃତି ପୁରୁଷ ସଙ୍ଗେ ମାଆ ମାଟି
ଏକତ୍ର କରନ୍ତି ବାସ
ସେହି ମୋ ଜନମ ଭୂଇଁ ଭାରତ ବର୍ଷ
ରାଇଜେ ରାଜାରାଜଶ୍ବରୀ ବେଶ