STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କିହେବ ସେ ଶିକ୍ଷା

କିହେବ ସେ ଶିକ୍ଷା

1 min
511

ଜ୍ଞାନ ନାହିଁ ଯାର କିହେବ ସେ ଶିକ୍ଷା

              ତାହାରତ ମୂଲ୍ୟ ନାହିଁ,

କର୍ତ୍ତବ୍ୟର ମୂଲ୍ୟ ନବୁଝେ ସେ ଜନ

              ସମ୍ପର୍କର ଜ୍ଞାନ ନାହିଁ।


ବଡ଼ ପ୍ରତି ଯାର ସମ୍ମାନ ହିଁ ନାହିଁ

              ମୂଲ୍ୟହୀନ ଶିକ୍ଷା ତାର,

ଧନ ସମ୍ପତିରେ ମତୁଆଲା ସେହୁ

              ନହୁଏ ତାର ଆଦର।


ପରକୁ କନ୍ଦେଇ ଧନ ଅର୍ଜି ଅଛି

               ଶାନ୍ତି ନାହିଁ ଜୀବନରେ,

ଜନ ଅଭିଶାପ ପଡ଼ିବ ତାହାରେ

               ଦରିଦ୍ର ହେବ ନିଶ୍ଚେରେ।


ପ୍ରଭୁ ଭକ୍ତି ନାହିଁ ଜୀବନେ ଯାହାର

               ଅନ୍ୟାୟର ପଥ ଯାର

ପାପ କର୍ମେ ନିତ୍ୟେ ଜୀବନ ବ୍ୟତୀତ

               ପାପ କର୍ମେ ଅହରହ।


ପର ହିଂସା ତାର ପଥ ଜୀବନର

              ପର ଘର ଭାଙ୍ଗିବାର,

ଭାଙ୍ଗି ଯିବ ତାର ଗର୍ବ ଅହଂକାର

              କିଛିହିଁ ନଥିବ ତାର।


ଚାଟୁ ବଚନରେ ମନ ମହୁ ଥାଏ

             ବିଶ୍ୱାସ ନକର ତାରେ,

ସ୍ବାର୍ଥର ନିମନ୍ତେ ମଧୁର ବଚନ

             ବଡ଼ ଶତ୍ରୁ ଭାବ ତାରେ।


ପାପ କର୍ମ କରି ଧନର ଅର୍ଜନ

             କରୁଥାଏ ଯେଉଁ ଜନ,

ସମୁଳ ବିନାଶ ନିଶ୍ଚିତ ତାହାର

             ଅଟେଟି ପ୍ରଭୁ ବଚନ।


ମନୁଷ୍ୟ ଜୀବନ ଜନସେବା ପାଇଁ

             ସମଭାବ ମନ୍ତ୍ର ଯାର,

ରାଷ୍ଟ୍ର ସେବା ଯାର ଜୀବନ ଉଦ୍ଦେଶ୍ୟ

             ଜଗନ୍ନାଥ ଭକ୍ତି ତାର।


ଗୁରୁ ବଡ଼ ଜନେ ଆଦର ଯାହାର

             ମହା ଜ୍ଞାନୀ ବୋଲି ଜାଣ,

ବାସ୍ତବ ଶିକ୍ଷିତ ଅଟେ ସେହୁ ନର

             ଦିଏଟି ଶାସ୍ତ୍ର ପ୍ରମାଣ।


ଜୀବନେ କର୍ତ୍ତବ୍ୟ ସତ୍ୟପଥେ ରହି

             ଜନସେବା କରୁଥିବା,

ଜଗନ୍ନାଥ ନାମ ଗାଇ ଗାଇ ନିତ୍ୟେ

             ରାଷ୍ଟ୍ରସେବା କରୁଥିବା।


Rate this content
Log in

Similar oriya poem from Tragedy