STORYMIRROR

KRUTIBAS NAYAK

Inspirational Others Children

3  

KRUTIBAS NAYAK

Inspirational Others Children

କିଏ କହେ ମାଟି ଜନମ ଭୂଇଁକୁ

କିଏ କହେ ମାଟି ଜନମ ଭୂଇଁକୁ

1 min
444


କିଏ କହେ ମାଟି ଜନମ ଭୂଇଁକୁ ମାଟି ନୁହେଁ ସିଏ ମାଆ,

ଜନମେ ମରଣେ ବିପଦେ ଆପଦେ ସେହି ଏକା ଆମ ସାହା ।(ଘୋଷା)


ହିମାଳୟଠାରୁ କୁମାରିକା ଯାଏ ଆମେ କୋଟି କୋଟି ଭାଇ,

ଆମ ହାତଗଣ୍ଠି ଅତୁଟ ବନ୍ଧନ କେ' ଖୋଲି ପାରିବ ନାହିଁ ।

ଗଉରବମୟୀ ମମତା ମୟୀ ସେ ରଖିବା ତାହାରି ନାଆଁ ।

କିଏ କହେ ମାଟି ଜନମ ଭୂଇଁକୁ ମାଟି ନୁହେଁ ସିଏ ମାଆ,

ଜନମେ ମରଣେ ବିପଦେ ଆପଦେ ସେହି ଏକା ଆମ ସାହା । (1)


ଅମୃତର ଝର ବୁକୁରେ ଯାହାର ଗଙ୍ଗା ଆଉ ଗୋଦାବରୀ,

ଚରଣ ଯାହାର ଧୋଉଛି ସାଗର ମୋର ମାଆ ନାମ ଧରି ।

ଆମ ମାଆ ପରି କିଏ ହେବ ସରି ଦେଖାଏ ଧରମ ରାହା ।

କିଏ କହେ ମାଟି ଜନମ ଭୂଇଁକୁ ମାଟି ନୁହେଁ ସିଏ ମାଆ,

ଜନମେ ମରଣେ ବିପଦେ ଆପଦେ ସେହି ଏକା ଆମ ସାହା ।(2)



Rate this content
Log in

Similar oriya poem from Inspirational