Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract

4.0  

Pranati Panda

Abstract

କିଏ ଗୋ ଅତିଥି

କିଏ ଗୋ ଅତିଥି

1 min
165


   

ଦୂରୁ ଶୁଭିଲାଣି କାହା ପାଦ ଶବ୍ଦ

ଅମାବାସ୍ୟା ଅନ୍ଧକାରେ,

ଦୂର ଦିଗନ୍ତରେ କିଏ ଆଗନ୍ତୁକ 

ଆସୁଅଛ ନିଃଶବ୍ଦରେ ।


ମାୟା ଆଳୟରେ ଚୁପି ଚୁପି ଆସି 

କରୁଅଛ ଅଭିନୟ,

ସବୁଜ ମାୟାରେ କିଏ ଗୋ ଅତିଥି

ଦିଅ ତୁମ ପରିଚୟ ।


ମୁଁ ପାଇଛି କିନ୍ତୁ ସେଇ ଅନୁଭବ

ଅଦେଖା ମନର ତଳେ ,

ବିଶ୍ୱାସ, ଭରସା ପୁଳେ ଦେଇଯାଅ

ଦୃଢ଼ ପ୍ରତିଶ୍ରୁତି ବଳେ।


ପରିଚୟ ତୁମ ଦିଅ କି ,ନଦିଅ

ତୁମକୁ ନଚିହ୍ନେ କିଏ ,

ତୁମେ ପରା ମୃତ୍ୟୁ ସମୟର ସାଥି

କାଳ ଡ଼ାକି ଆଣିଥାଏ ।


ଅଲୋଡ଼ା କି ଲୋଡ଼ା ତୁମେ ଜାଣନାହିଁ 

ନିର୍ବିକାରେ ଆସ ଚାଲି ,

କୁହ ହେ ମୃତ୍ୟୁ! ବିନା ନିମନ୍ତ୍ରଣେ

ଡ଼ାକିଛ କାହାକୁ ଭୁଲି ।?


ଅଧା ଜଳା ଏଇ ସଞ୍ଜବତୀ ପାଇଁ

ନିଶୀଥେ ସଜାଅ କୁଞ୍ଜ,

ମୋର ପରିଚୟ ସମର୍ପି ଦେବି ମୁଁ

ବେଳ ବୁଡ଼ି ହେଲେ ସଞ୍ଜ ।


ତୁମ ଅଭିସାର ନିଷ୍ଫଳ ହେବନି

ମୃତ୍ୟୁ ତୁମେ ଅଭିମାନୀ ,

ତୁମ ହାତ ଧରି ଚାଲିଯିବି ଥିରି 

ମୁଁ ବି ବଡ଼ ସ୍ଵାଭିମାନୀ ।

 

ଦେହାବସାନ ମୋ ,ହୋଇଗଲା ପରେ

ସରିବ ତୁମ ସତ୍କାର ,

ଜୁଇ ନିଆଁ ଦେଖି ଖୁସି ହେବ ତୁମେ 

ଶୁଣି ମୃତ୍ୟୁ ଜୟକାର।


      


Rate this content
Log in

Similar oriya poem from Abstract