Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Ananda Kumar Tripathy

Romance

3.4  

Sanjaya Ananda Kumar Tripathy

Romance

କିଏ ଏ ରାଜକୁମାରୀ ?

କିଏ ଏ ରାଜକୁମାରୀ ?

1 min
309


ତୁମ ଓଠ ରଙ୍ଗ କଲା କି କିମିଆଁ

ହୋଇଗଲି ଚିତ୍ରକର,

ତୁମ ମିଠା କଥା ମୋ କାନରେ ଶୁଣି

ହୋଇଗଲି ଗୀତିକାର ।


ଚିତ୍ରକର ସାଜି ଆଙ୍କିଦେଲି ପୁଣି

ତୁଳୀ ଧରି ତୁମ ଛବି,

ମନ କଥା ଯେବେ ଲେଖିଦେଲି ପୁଣି

କହିଲେ ସମସ୍ତେ କବି ।


ତୁମ ଛବି ଦେଖି ଆଖି ଗଲା ଲାଖି

ସତେ ସରଗର ପରୀ,

ଯିଏ ବି ଦେଖିଲା ପଚାରିଲା ମତେ

କିଏ ଏ ରାଜକୁମାରୀ ।


କବିତାକୁ ପଢି ଯେତେକ ପ୍ରେମିକ

ତୁମ ପ୍ରେମେ ହଜିଗଲେ,

ପାଗଳ ପରାଏ ସେ ପ୍ରେମ କବିତା

ଦିନରାତି ଘୋଷି ହେଲେ ।


ଆସ ଥରେ ଦେଖ ଆଙ୍କି ଥିବା ଛବି

ଖୁସି ହେବ ମନ ମୋର,

କବିତା ଶୁଣିବ ତାପରେ ଜାଣିବ

ପ୍ରେମ ମୋ କେତେ ଗଭୀର ।

*****


Rate this content
Log in

Similar oriya poem from Romance