କିଏ ଦେବ ସଜାଡ଼ି
କିଏ ଦେବ ସଜାଡ଼ି
ସଂସାର ଜଞ୍ଜାଳେ,
ଗରିବ ବାପୁଡା ଭାଳେ
ବସି ରାଜ ରାସ୍ତାରେ
ଜନଗଣଙ୍କ ଆଖିରେ ଥିଲା
ସ୍ବପ୍ନ ଅନେକ,
ଦେଖାଇଲ ଆଛା ଦିନ ଆସିବ,
ବଡ଼ ଝଲକ
ପୁଂଜିପତି ସପକ୍ଷରେ ଗଢିଲ,
ପୁଂଜି ର ପାହାଡ଼
ଗରିବ ବାପୁଡ଼ା ପାଇଁ ତୋଳିଲ
ଦରବୃଦ୍ଧିର ବେକାରୀ ପାହାଡ଼
ଧରାକୁ ସରା ନମଣି,
କରିଲ କର୍ମ ହୋଇ ଅଜ୍ଞାନୀ,
ଭାବନା କେତେଯେ ଥିଲା
ହେଲା ଉପଗତ ବାହୁଡା଼ ବେଳା
ଭାବିଲେ ବା ଏବେ କି ହେବ ଆଉ
ପାଇବା ମୁକ୍ତି, ସେ ଭାଵନା ଆମ ମନେ ଥାଉ
ତମ କର୍ମ ନେଇ ମଣିଷ ଆଜି ପାଆନ୍ତି ଦୁଃଖ
ଦେଖ ତୁମ ମତି ଗତିର ରୂପ ଲେଖ
ପ୍ରକୃତିର ତତ୍ତ୍ଵ ନ ମାନି,
ଭାବିଲ ନିଜକୁ ମହାନ୍ ଜ୍ଞାନୀ,
ବନିଲ ଶାସକ ମିଛ ପ୍ରତିଶ୍ରୁତିରେ,
ଜାଣି ପାରିଲନି ସୁଖ ଦିନେ ଚାଲିଯିବରେ
ତୁମ କଥା ଶୁଣି ଲୋକ ପସନ୍ଦ କଲେ,
କାହିଁକି ନା କଥାରେ ମିଠା ପାଇଲେ,
ଅନ୍ତର ତ ପିତାରେ ଭର୍ତ୍ତି ହୋଇଛି,
ଅସଲ ରୂପ ତ ଏବେ ଧରା ପଡ଼ିଛି
ଜୀବନ ବିତୁଛି ଦୁଃଖ କ୍ଳେଶରେ,
ମାଗି ଖିଆ କରି ପଙ୍ଗୁ କରି ଦେଲ,
ଦେଖ ଏବେ ଆମେ ରାଜ ରାସ୍ତାରେ ।
ଦୁଃଖ ଦେଲ ପ୍ରତିକ୍ଷଣେ
କନ୍ଦାଇଲ ଅନୁକ୍ଷଣେ
ବେଳୁ ବେଳ କଷ୍ଟ ଅସହ୍ୟ ହେଲାଣି
ବଞ୍ଚିବାକୁ କରୁ ଆଶା,
ଅବସ୍ଥା ଏମିତି, ମୃତ୍ୟୁ କେତେବେଳେ ଆସିବ
ଦୁଃଖ ବର୍ଣ୍ଣିବା ପାଏନି ଭାଷା l
ଅତି ଗରବେ ମତ୍ତ ହୋଇ
ସବୁ ତ ଦେଇଛ ଉଜାଡି
ମନରେ ପ୍ରଶ୍ନ ଆସେ, ଅସଜଡା ବ୍ୟବସ୍ଥାକୁ
କିଏ ଦେବ ସଜାଡ଼ି
ମନକୁ ମନ ଏକ ପ୍ରଶ୍ନ ପଚାରୁଛି
କେଉଁଟା ବଡ ଦରକାରି,
କୁଟୁମ୍ବ ରକ୍ଷା ନା ଧର୍ମ ନାମରେ
ଦେଶକୁ ଧ୍ବଂସକର୍ତ୍ତାର ମିଠା ମିଠା ବାଣୀ ?
ରହି ନାହିଁ କେହି ରହିବେ ନାହିଁ
ଏ ଭବରଙ୍ଗ ଭୂମିରେ,
ମିଛ ଅଭିନୟ କେତେ ଦିନ ଆଉ
କୁହ ଧରମ ନାମରେ ।
