STORYMIRROR

Anam Charan Sahoo

Abstract Inspirational

2  

Anam Charan Sahoo

Abstract Inspirational

କିଏ ବନ୍ଧୁ କିଏ ଶତ୍ରୁ

କିଏ ବନ୍ଧୁ କିଏ ଶତ୍ରୁ

1 min
2.8K

କିଏ ଏଠି ବନ୍ଧୁ କିଏ ପୁଣି ଶତ୍ରୁ ବିପଦେ ପଡଇ ଜଣା

ସେଥିପାଇଁ ପରା ବିପଦ ସମୟ କରିବ ଭଲରେ ଗଣା।

ମନକଥା ଏବେ ନୁହଁଇ ଅଛପା ଆପେଆପେ ଯାଏ ଖୋଲି

ଧୈର୍ଯ୍ୟ ଧରିଥିଲେ ଆପେ ଜାଣିଯିବ କିଏସେ ନିଜର ବୋଲି।

ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ ଯେହ୍ନେ ରାତି ପରେ ଦିନ

ଭାଙ୍ଗି ନପଡିବା ଅଦିନରେ କେବେ ରଖିଥିବ ସଦା ଧ୍ୟାନ।

ଯାହା ଘଟିଅଛି ଯାହା ଘଟୁଅଛି ଆଗକୁ ଘଟିବ ଯାହା

ବିହି ଲେଖିଅଛି ଅନେକ ଆଗରୁ ମନେ ରଖିଥିବ ତାହା।


Rate this content
Log in

Similar oriya poem from Abstract