STORYMIRROR

Chinmaya Kumar Sahoo

Abstract Inspirational Others

4  

Chinmaya Kumar Sahoo

Abstract Inspirational Others

କିଛି ସତ ଲୁଚି ରହିବା ଭଲ

କିଛି ସତ ଲୁଚି ରହିବା ଭଲ

1 min
383

କିଛି ସତ ଲୁଚି ରହିବା ଭଲ

ଆଖି କଣରେ ଅଶ୍ରୁ ଆଢୁଆଳରେ ହଉ

କିମ୍ବା ଓଠ ତଳ ହସର ଓଢଣା ତଳେ

କିଛି ସତ ଲୁଚି ରହିବା ଭଲ ।


କବିର ହୃତସ୍ପନ୍ଦନରେ ଯାହା ତା 

ଲେଖନୀ ମୁନରେ ଜୀବନ୍ତ ହବା ଅପେକ୍ଷାରେ ହଉ

କିମ୍ବା ଶିଳ୍ପୀର ତୁଳି ଅଗରେ ଯାହା କାହାଣୀ ଟେ

କହିବାର ଅପେକ୍ଷାରେ, ତା ଛବିର ପ୍ରତିବିମ୍ବରେ 

କିଛି ସତ ଲୁଚି ରହିବା ଭଲ।


ଅମାବାସ୍ୟା ରାତିର ନୀରବ ଅନ୍ଧକାରରେ

ଶ୍ବାନ ଶ୍ବାପଦଙ୍କ ବିକଟାଳ ରଡିରେ ହଉ

କିମ୍ବା ପୂର୍ଣ୍ଣିମା ଜହ୍ନର ରୂପେଲି ଜ୍ୟୋସ୍ନାରେ

କଇଁ ଫୁଲ ଟିଏ ହୋଇ ଫୁଟିବା ଅପେକ୍ଷାରେ

କିଛି ସତ ଲୁଚି ରହିବା ଭଲ।


ଆକାଶର ବିଶାଳ ବକ୍ଷରେ ସୂର୍ଯ୍ୟ ଟିଏ ହୋଇ

ନିଇତି ସକାଳୁ ଉଇଁବାର ବିଶ୍ୱାସରେ ହଉ

କିମ୍ବା ସୂର୍ଯ୍ୟାସ୍ତ ପରେ ତାରା ଟିଏ ହୋଇ

ଆକାଶର ଏକାପଣ କୁ ଦୂର କରିବାର ଭରଷାରେ

କିଛି ସତ ଲୁଚି ରହିବା ଭଲ।


ଝଡ ବତାସରେ ବୁଢା ବରଗଛ ପରି ଅଣ୍ଟା ସଳଖି 

ଛାତି ଦେଖେଇ ଛିଡା ହବାର ଦମ୍ଭରେ ହଉ

କିମ୍ବା କୂଳରୁ ଭସାଇ ନେଇଥିବା ଜିନିଷକୁ କୂଳକୁ 

ଫେରେଇ ଦବାର ସମୁଦ୍ରର ସ୍ୱାଭିମାନରେ

କିଛି ସତ ଲୁଚି ରହିବା ଭଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract