STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

କିଛି ଶେଷ କଥା"

କିଛି ଶେଷ କଥା"

1 min
286

ଜୀବନ ଟା କ'ଣ ଏକଥା ତ ଜଣା ସଭିଲୋକଙ୍କୁ,

ଜୀବନ ଜିଇଁବା କଳା ଜଣା ନାହିଁ

         ମୋ ଭଳି ନିର୍ବୋଧ ମୂର୍ଖ ମାନଙ୍କୁ।ହସିବା ଶିଖିଲି ବାଲ୍ୟକାଳେ 

ଯଦି ହସାଏ କିଏ,

ହସ ତିଷ୍ଠି ଲାନି ବେଶି ଦିନ ବଂଧୁ 

          ହସରେ ଲାଗିଲା କଟକଣାଏ।


ଦରୋଟି କଥାରୁ କଥା ମୁଁ କହିଲି

 ହସିଲେ ସବୁ,

ସେହି କଥା ଏବେ ମାପି ଚୁପି କହେ

           କୁହନ୍ତି କହନା ଭୁଲ୍ କରିବୁ।


ଯେଉଁ ମାନଙ୍କୁ ମୁଁ କଥା କୁହାଇଲି

 କୁହନ୍ତି ଚୁପ୍,

କଥା କହିବାତୁ ଶିଖି ପାରିଲୁ ନି

           ଆମ ଭଳି କଥା କହିବା ଶିଖ।


ଜୀବନରେ କେତେ ଦୁଃଖସୁଖ

 ଆସେ ସହିବା ଶିଖ

ଯିଏ ଶିକ୍ଷା ନେଲେ ସେମାନେ କୁହନ୍ତି

           ସହିବାର ଶକ୍ତି ନାହିଁ ତୋପାଖ। 


ପ୍ରଥମେ ଓଡ଼ିଆ ଶିଖିତ ମୁଁ ଥିଲି

 ପଛେ ଇଂରାଜୀ,

ଓଲଟା କରିଲି ଜୀବନ କ୍ଷେତ୍ରରେ

         ଆଗରେ ଇଂରାଜୀ ମୁଁଶିଖାଇଛି

 ସେ ଇଂରାଜୀ ଭାଷା ଗୁଳିସବୁ

       ଆସି ମୋଦେହେ ଫୁଟେ

ଗୁଳି ସହି ସହି ହୃଦୟ ଟା କଣା

        କହି ପାରେନାହିଁ ନିଜେହିଁ ଦେଖେ।


କାମ କରିବାକୁ ଯିଏ ଶିକ୍ଷାନେଲେ

 କୁହନ୍ତି ଭୁଲ୍,

ଏମିତି କରନା ସେମିତି କରନା

           ଭୁଲକାମ ସବୁ କାହିଁକି କରୁ ଲେଖା ଶିଖାଇଲି ହାତ ଧରିଯାକୁ

           (କହେ)ଲେଖନା କିଛି,

ଲେଖୁଛୁ ବୋଲି ତୁ ଯାହା ଲେଖି ଦେବୁ

          ଆମର ସମ୍ମାନ ଯାଉଛି ଏଠି।

  


ଆମର ଗୁମର ପଦାରେ ପଡ଼ିବ 

ପାଟି ଖୋଲନା,

ଯାହା ତୁ କହିବୁ ସେ କଥା ହେବନି

           ଭଲରେ ତୁନିଜ ମନକୁ ମନା।


 ଜୀବନ ଯାକର ସଞ୍ଚିତ ଅର୍ଥରେ 

ହୋଇଲା ଘର,

 ସେ ଘରେ ମୋହର ସ୍ବାଧୀନତା ନାହିଁଁ

           କ୍ରୀତଦାସ ଠାରୁ ହୋଇଲିପର।

ଶେଷ କଥାମୋର ଶୁଣିବହେ ବଂଧୁ 

ସବୁ ଏ ମାୟା।

ସବୁ ବଂଧନକୁ କାଟିଣ ବଞ୍ଚିବ

       ଜଗନ୍ନାଥ ନିଶ୍ଚେ ହୋଇବେ ସାହା।

           


            

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy