STORYMIRROR

Lokanath Rath

Abstract Classics Inspirational

4  

Lokanath Rath

Abstract Classics Inspirational

କିଛି ରହିଯାଏ କିଛି ଲିଭିଯାଏ

କିଛି ରହିଯାଏ କିଛି ଲିଭିଯାଏ

2 mins
245


ଝରଣା ଝରି ଝରି ଭାଇ ଯାଏ, ନିଏ ରୂପ ନଦୀର, 

ସେ ନଦୀ ତ ବଢି ଚାଲେ ମିଶିବାକୁ, ଲକ୍ଷ ତାର ସାଗର

ମଣିଷ ତ ଜନ୍ମ ହୁଏ, କର୍ମ କରି ବଢି ଚାଲେ

ଆନନ୍ଦରେ ମଜ୍ଜି ଯାଏ ସଫଳତା ପ୍ରାପ୍ତ ହେଲେ

ଭୁଲି ଯାଏ ବ୍ୟଥା ସବୁ ଯେତେ ଅସଫଳତାର

ସେ ତ ସବୁ ଥିଲା ପାହାଚ, ତା ଜୀବନ ଲକ୍ଷପଥର

ଚାଲୁ ଚାଲୁ ବହୁ ବାଟ ତା କର୍ମ ପଥରେ

ବାନ୍ଧି ହୁଏ କିଛି ସମ୍ପର୍କର ବନ୍ଧନରେ

କିଛି ସେ ବନ୍ଧନ ତ ଅତୁଟ, ଛନ୍ଦା ତା ଜନ୍ମ ସାଙ୍ଗରେ

କିଛି ପୁଣି ହୋଇଥାଏ ବନ୍ଧା ବନ୍ଧୁତ୍ୱର ଡୋରିରେ

ଆଉ କିଛି ସମ୍ପର୍କ ଗଢି ଉଠେ କର୍ମ କ୍ଷେତ୍ରରେ

କିଛି ପୁଣି ଯୋଡି ହୁଏ ଏହି ସମାଜ ଭିତରେ

ପୁଣି କିଛି ସମ୍ପର୍କ ସୃଷ୍ଟି ହୁଏ ହୃଦୟ ଦିଆ ନିଆରେ

ବାନ୍ଧି ହୁଏ ତେବେ ସୁନ୍ଦର ପ୍ରେମର ବନ୍ଧନରେ

ସେ ପ୍ରେମ ପୁଣି ଅଟେ ଭିନ୍ନ ଭିନ୍ନ ଏହି ସଂସାରରେ

ରୂପ ନାହିଁ ତାର, କିନ୍ତୁ ମିଳେ ସମ୍ପର୍କର ନଦୀତୀରେ 

ଈଶ୍ୱର ଭକ୍ତିରେ ଲୀନ ହୋଇ ଢାଳେ କେହି ପ୍ରେମ ଭକ୍ତି ପୁଷ୍ପ, 

ସମର୍ପିତ ହୁଏ ମନ, ଧ୍ୟାନ, କର୍ଣ ଦେଇ ପାଇବାକୁ ହୃଦୟେ ସ୍ପର୍ଶ

ସେ ତ ଅଟେ ସମ୍ପର୍କରେ ଶାଶ୍ୱତ ପ୍ରେମ ସଦୃଶ

ବ୍ୟଗ୍ର ହୁଏ ଅନ୍ତରାତ୍ମା ପାଇବାକୁ ଈଶ୍ୱର ର ପରଶ

ଅନ୍ୟ ଏକ ପ୍ରେମ ଅଟେ ଅତୁଟ ଏହି ସଂସାର ଭିତରେ

ସେ ତ ଏକ ଶ୍ରେଷ୍ଠ ସମ୍ପର୍କ ସବୁ ସମ୍ପର୍କ ମଧ୍ୟରେ

ନଅ ମାସ ଗର୍ଭେ ଧରି ଯିଏ ସବୁ ଦୁଃଖ କଷ୍ଟ ସହିଥାଏ

କେବଳ ଏକ ନୂତନ ଜୀବନ କୁ ସେ ଜନ୍ମ ଦେଇଥାଏ

ହସି ହସି ସେ ତ ଭୁଲିଯାଏ ତାର ପ୍ରସବ ବେଦନା

ଯେବେ ଶୁଣେ ସେ ପ୍ରଥମେ ତା ଶିଶୁ ର କାନ୍ଦଣା

ନିସ୍ଵାର୍ଥପର ଭାବେ ଦେଇଥାଏ ତାର ମାତୃତ୍ୱ ର ପ୍ରେମ

ବାରେ ବାରେ ପାଶେ ରହିଥାଏ ସେ ଛାୟାର ସମ

ସଦା ତା ଆଶିଷ କରେ ସନ୍ତାନ କୁ ସଫଳ ସବୁ କର୍ମରେ

ନ ଥାଏ କେବେ କିଛି କପଟତା ତାର ସେହି ପ୍ରେମରେ

ସେ ତ ଅଟେ ଏକ ଅମର ଅତୁଳନୀୟ ପ୍ରେମ

କେହି କେହି କୁହନ୍ତି ତାକୁ ସେ ତ ଅଟେ ବାତ୍ସଲ୍ୟ ପ୍ରେମ

ସଂସାରେ ଜନ୍ମ ହୋଇ ଗଢିବାକୁ ହୁଏ ଏକ ସଂସାର

ଏ ତ ଅଟେ ବିଧି ଏକ ଏହି ବିଶ୍ୱ ରଚୟିତାର

ଯୌବନ ର ଆବେଗ ରେ ଯେବେ ହୁଏ ପ୍ରେମ ର ଆଳାପ

କେବେ କେବେ ଏହି ସମ୍ପର୍କ ନିଏ ଏକ ଅନ୍ୟ ରୂପ

କେବେ ଏହା ବାନ୍ଧିଥାଏ ବିବାହ ବନ୍ଧନରେ

କେବେ ପୁଣି ଶେଷ ହୁଏ ସେ ଦାରୁଣ ବିଛେଦରେ

ତଥାପି ଦୁନିଆରେ ତାକୁ ଭୁଲି ଗଢ଼ା ହୁଏ ନୂତନ ସମ୍ପର୍କ

ବିବାହ ବନ୍ଧନ ଆବଦ୍ଧ ହୋଇ ବିତରନ୍ତି ଦାମ୍ପତ୍ୟର ଅର୍କ

ସେ ବି ଏକ ସୁନ୍ଦର ସମ୍ପର୍କ, ବିଧାତାର ସୃଷ୍ଟି

କରନ୍ତି ସର୍ବେ ଦମ୍ପତିଙ୍କୁ ଆଶିଷ ର ପୁଷ ବୃଷ୍ଟି

ଜୀବନ ର ଶେଷ ଯାତ୍ରା ଯାଏ ହୁଅନ୍ତି ଦୁହେଁ ସାଥୀ

ଦୁହେଁ ମିଶି ଏକ ସୁନାର ସଂସାର ବି ଗଢନ୍ତି

କିଛି ସୁଖ କିଛି ଦୁଃଖ ଦୁହେଁ ମିଶି ସହି କର୍ମ କରିଥାନ୍ତି

ସେ ସବୁ କିଛି ନିଜ ନିଜ ସ୍ମୃତି ପଟେ ସାଇତି ରଖନ୍ତି

ଏମିତି ତ କିଛି କିଛି ସମ୍ପର୍କର ନଦୀତୀରେ ରହିରହି ଦେଖାଦିଏ

ଅନ୍ତିମ ଯାତ୍ରା ବେଳେ ସେ ନଦୀତୀରେ କିଛି ରହିଯାଏ କିଛି ଲିଭି ଯାଏ ।


Rate this content
Log in

Similar oriya poem from Abstract