କିଛି କଥା ରହି ଗଲା
କିଛି କଥା ରହି ଗଲା
କିଛି କଥା ପ୍ରିୟ ରହି ଗଲା ବାକି
ସମୟ ତ ହେଲା ନାହିଁ
ଯେଉଁ ଦୁୁଇ ପଦ କଥା ହେଉ ଥିଲି
ମନ ପଛେ ଟାଣୁ ଥାଇ ।
ହାଟ ମଝିିିଟାରେ ଅଚାନକ ଦେଖା
ଚାହିଁ ଥିଲେ ପରା ଲୋକ
ସେ କି ବୁଝିିିବେ ଦୀର୍ଘ ଦିନେ ଦେଖା
ସେଥିରେ କେତେଟା ଭୋକ ।
କେତେ ଲୋକଙ୍କର ସନ୍ଦେହ ଆଖିଟା
ଘୁରୁ ଥିଲା ନିଆଁ ପରି
କହିିିବା କଥାଟା ଗଳାରେ ଅଟକେ
ମନ ଯାଉ ଥିଲା ମରି ।
ତୁମ ଆଖୁୁୁକୁ ମୁଁ ଆଖି ନମିଶାଇ
ଭୂମି କଲି ବିଦାରିତ
ମୋ ଅନ୍ତର ପ୍ରେମ ଉତ୍ସର୍ଗ ନକରି
ବହୁଛି ଦୁଃଖର ସ୍ରୋତ ।
ଚିର ଦିନ ପାଇଁ ସ୍ମୃତି ପାଲଟିଲା
ହାଟ ମୋର ପ୍ରେମ ଘାଟ
ଯେଉଁଠି କେବଳ ବିନା ଅନଳରେ
ହେଉ ଥିଲି ଛଟପଟ ।
ହୃଦୟରେ ଲେଖି ସେହି ଦୃଶ୍ୟାବଳୀ
ସାଇତି ରଖିଛି ସ୍ନେହେ
ଭିନ୍ନ ଏକ ରାଜ୍ୟେ ଦେଖା ହେଉ ମିତ
ଜନସ୍ରୋତେ କେବେ ନୁହେଁ ।
ତୁମେ ହୋଇଥିବ ସୁଦୂର ଚନ୍ଦ୍ରମା
ମୁହିଁ ସରୋବର କଇଁ
ତୁମରି ସ୍ମୃତିକୁ ଝୁରି ଝୁରି ମୋର
ଦିନ ଯାଉ ଚାହିଁ ଚାହିଁ ।।