STORYMIRROR

Lokanath Rath

Tragedy Classics Inspirational

4  

Lokanath Rath

Tragedy Classics Inspirational

କିଛି କଥା କହି ହୁଏନା

କିଛି କଥା କହି ହୁଏନା

2 mins
259

ସକାଳର କଅଁଳ ଖରା ରଖି ହୁଏନା

ଖରାବେଳ ରୌଦ୍ର ଚାପ ସହି ହୁଏନା

ଅସ୍ତଗାମୀ ସୂର୍ଯ୍ୟର ସୌନ୍ଦର୍ଯ୍ୟ ଭୁଲି ହୁଏନା

ଗୋଧୂଳିର ଶୀତଳତା କେବେ କେବେ ତନୁ ଛୁଁଏନା

ରାତ୍ରିର ଚନ୍ଦ୍ରମା ଦେଖି ଏ ମନ ତ ଭରେନା

ଆକାଶର ଟିପି ଟିପି ତାରା ସବୁ ଗଣି ହୁଏନା

କିନ୍ତୁ, ସୂର୍ଯ୍ୟ ତ ଅଛି କେବେ ସେ ଚାଲି ଯାଏନା

ଗୋଧୂଳି ତ ସମୟର ଖେଳ କେବେ ବୁଝି ହୁଏନା

ଚନ୍ଦ୍ର ବି ରହିଥାଏ,ଲୁଚି ଯାଏ, ଦେଖା ଦିଏନା

ଝିଲି ମିଲି ତାରା ତ ଆକାଶେ ଥାଏ, ଜାଣି ହୁଏନା

ଏ ମନ ସବୁ ଜାଣେ, କିନ୍ତୁ ସେତ ବୁଝି ପାରେନା

ଯେମିତି ଜୀବନର କିଛି କଥା କହି ହୁଏନା ।


ଝରଣାର କଳ କଳ ତାନ କେବେ ଶେଷ ହୁଏନା

ନଦୀ ହୋଇ ବହିଯାଏ ସେ, କେବେ ରହି ପାରେନା

ସାଗରରେ ମିଶି ଯାଏ, କିଛି ତ କହେନା

ସତେ ଲାଗେ ସବୁ କିଛି ଧର୍ମ, ନୁହେଁ ସେ ବାହାନା

ଭାବରେ ଧରି ତାକୁ ହୁଏ କେତେ କେତେ କଳ୍ପନା

ଏ ସୁନ୍ଦର ପ୍ରକରଣ ଅଟେ ପ୍ରକୃତିର ତ ରଚନା

ଧରା ରାଣୀ ଧରିଛି ସବୁ, ସହି କେତେ ବେଦନା

ନାନା ରଙ୍ଗ ଫୁଲ ସଙ୍ଗେ ଖେଳି,ଭ୍ରମର ବି ବୁଝେନା

କିଛି ଫୁଲ ମନ ମାରେ,ଝରି ଯାଏ ସେ ଫୁଟେନା

ତେବେ, ଜୀବନର କେତେ ରଙ୍ଗ ଝରେ ବୁଝି ହୁଏନା

ନଦୀ ପରି ସେ ବହି ଯାଏ,କିନ୍ତୁ ସାଗର ସେ ପାଏନା

ମନେ ମନେ ଝୁରେ ସେ, କିଛି କଥା କହି ହୁଏନା ।


ସବୁ ଜୀବ ଜନ୍ମ ନିଏ, ମୃତ୍ୟୁ କେବେ ଜାଣେନା

ଧର୍ମର ସାହାରା ନେଇ କର୍ମ କଲେ ଦୁଃଖ ତ ଆସେନା

ଲୋଭ, ମାୟା, ମିଥ୍ୟା ଯେତେ ସବୁ ତ ବାହାନା

ପଥ ଭ୍ରଷ୍ଟ କରି ଅନ୍ଧ କରେ, ଆଲୋକ ତ ଦିଶେନା

ଅସତ୍ୟ ତ ଖେଳ ଖେଳେ ଯେବେ ସତ୍ୟ ସାଥେ ରହେନା

କେବେ କେବେ ତ୍ୟାଗ ପାଇଁ ସତ୍ୟ ଉଜାଗର ହୁଏନା

ତଥାପି କେଜାଣି କାହିଁକି ମନର ଭ୍ରମ ଏ ବୁଝେନା

ସେ ଭ୍ରମ ତ ଖେଳିଯାଏ ନୀରବତା ସେ ମାନେନା

ସେ ନୀରବତା ବି କିଛି କୁହେ ନ କରି କିଛି ବାହାନା

ତଥାପି ଏ ହୃଦୟ ତ ଚାପି ଧରେ ବହୁ କିଛି ବେଦନା

ଗୋପନରେ ଅଶ୍ରୁ ଝରେ କେହି ଦେଖି ପାରେନା

ତଥାପି କାହିଁକି କେଜାଣି କିଛି କଥା କହି ହୁଏନା ।


Rate this content
Log in

Similar oriya poem from Tragedy