STORYMIRROR

Maitreyee Kamila

Romance

2  

Maitreyee Kamila

Romance

କିଛି କହିବ କି

କିଛି କହିବ କି

1 min
435

ଅଗଣାରେ ପତ୍ରଝଡା 

ଋତୁ ସବୁ ଫେରିଆ କହୁଛି

ଜହ୍ନ ର ସାଉଁଟା ସ୍ବପ୍ନ ଖେଳେଇ ହୋଇ ପଡିଛି ଆମ ଗାଁ ବିଲରେ

ଏମିତି ଶୀତୁଆ ସଂଜ ରେ ନଇଟା ଭାରି ଖାଁ ଖାଁ ମାଡୁଛି

ନାଉରିଆ କୋଉଠି ଯନ୍ତାଳ ହାଟ କୁ ନେଇ ଯାଇଛି ନାଆ ଟା ଦୁସୁନି ଜମା

ହଠାତ ଲାଗିଲା ଜହ୍ନ ଟା ମୋ ସାଥେ ସାଥେ ଚାଲିଛି

କେଜାଣି କାହିଁଇକି କିଛି କହିବ କହିବ ଲାଗୁଛି

ସବୁ ଦିନେ ଚୁପଚାପ ଥିଲା ଆଜି କାଇଁ ଗୁଣଗୁଣେଇ ଚାଲୁଛି ମୋ ସାଥେ

କିଛି କହିବ କି

ହସିଦେଲା ଫିକ କରି

ତୁମକୁ ଲାଗେ ସବୁ ସୁଖ ଦୁଃଖ ଋତୁ ବାର ଖାଲି ତୁମର ବଦଳୁ ଥାଏ

ତୁମେ ହସିପାର ତୁମେ କାନ୍ଦି ପାର ଆଉ ସହିଯାଅ ସବୁ

ତୁମ ନୂଆ ଠିକଣା ରେ ମୁଁ ଯେ 

ତୁମ ହାତ ଧରି ଚାଲୁଥାଏ ଗୋପନରେ ଚାଳ ଉପରେ

ଗଛ ଫାଙ୍କରେ, ଛାତ ଉପରେ, ମାଟି ଆଉ ରାଜ ରାସ୍ତା ରେ ,ଶଗଡ଼ ଉହାଡ଼ ରେ, ସୁନ ସାନ ଜାଗାରେ, ପୋଖରୀ ହୁଡାରେ, କୁଅଁ ନନ୍ଦା ରେ, ଧାନ ବିଲ ,ଫୁଲଗଛ ଆଉ ସମୁଦ୍ର ଢେଉ ରେ

ଇସ ଏତେ ସବୁ କଥା ତୁମେ କହିପାର ଆଉ ସଜେଇ ହୋଇ କେଡେ ସୁନ୍ଦର ଦିଶୁଥାଅ 

କେବେ ରୁପା ଥାଳି କେବେ ସୁନା ଥାଳି ଟିଏ ପରି ଲାଗ

ସତ କହୁଛି ତୁମ କୁ ଦେଖିବାକୁ ଖାସ ମୁ ଝରକା ଖୋଲେ ରାତି ଅଧରେ

ମାମୁନି ତୁମକୁ ଦେଖି ନାଚେ

ଆଉ ସିପୁ ତୁମ କୁ ଦେଖୁ ଶୋଇପଡେ 

ସେ ଭଙ୍ଗା ବଉଦ ଟା ଖାଲି ତୁମକୁ ଲୁଚାଏ

ତା ଉପରେ ଭାରି ରାଗିଯାଏ

ତୁମେ କିନ୍ତୁ ହସୁଥାଅ ପୁଣି

ବଇଁଶୀ ସୁର ରେ

ଯମୁନା କୂଳରେ

ରାଧା ପାଣି ଭରା ଗରାରେ

କଦମ୍ବ ଡାଳ ରେ

କଂହେଇ ବାଙ୍କ ଚାହାଣି ରେ

ଫଗୁ ଅଭିର ରେ

ରାଖୀ ର ଡୋରରେ

କୁଆଁରୀ ମେଳରେ 

ଶରତ ପୁନେଇରେ

ଶୀତୁଆ ପୁଷ ରେ

ସତକୁହ ରାଗିଲକୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance