STORYMIRROR

Banasmita Panda

Tragedy Others

3  

Banasmita Panda

Tragedy Others

କିଛି ଏକାନ୍ତରେ

କିଛି ଏକାନ୍ତରେ

1 min
260


ଚାଲୁ ଚାଲୁ ଜୀବନର

ଚଲାପଥରେ

କିଛି ଅନୁଭୂତି

ଯାହା ଥିଲା ପ୍ରତ୍ୟକ୍ଷରେ

ଶିଖି ପାରିଲିନି ଠକିବା !

ହୃଦୟଟି ପିଲା ହୋଇ ରହିଗଲା

ପିଲା ମନରେ ଅସଂଖ୍ୟ ନିଷ୍ପାପ

ନିର୍ମଳ ଭାବ

କେତେ ପ୍ରଶ୍ନ କେତେ ଉତ୍ତର

ସବୁକୁ ଲଙ୍ଗଳ ଧରି ଚଷୀଲେ

ଉତ୍ତର ସେଇ ଅଚିନ୍ତାମୟ ନିଦ୍ରା

ରାତି ପାହିଲେ ପୁଣି ନୂଆ ଅଙ୍କ

କିଛି ନୂଆ ଗଳ୍ପର ବୁଢ଼ୀ ଅସୁରୁଣୀ

ପରି, ଯାହାର ଅନ୍ତ ନାହିଁ ସିନ୍ଦୁକ

ଭିତରେ ଫରୁଆ

ଆକାଶରେ ଆକାଶେ ତାର

ସୂର୍ଯ୍ୟ, ଜହ୍ନ ପରୀ ରାଇଜର

ଗୋଟେ ଗୋଟେ କଳାକାର !

ସେଇ ଦିନ ଗୁଡିକରେ

ନିଜେ ନିଜସ୍ୱ ଇଚ୍ଛାର ରାଜା

ରଙ୍ଗୀନ ଫୁଲ କିଛି ଡାଳ ପତ୍ରର

ମୁକୁଟ

ଇଚ୍ଛାରେ ହସିଦେଲି

ଅସଂଖ୍ୟ ମୁକୁତାରେ

ଇଚ୍ଛାରେ କାନ୍ଦି ଦେଲି

ପାଇବାର ଲାଳସାରେ

ସବୁକିଛି ଥିଲା କେତେ ଉଜ୍ୱଳ

କୋଣସି ପ୍ରତିବନ୍ଧକ ବିହୁନେ

ସେ ହୃଦୟର ଗଭୀରତାରେ !

ଆଜି ହସିବାକୁ ସଂସ୍କାର ଦରକାର

କାନ୍ଦିବାକୁ ଏକାନ୍ତ

ସବୁକିଛି କେତେ ସୀମିତ

ବାନ୍ଧି ପକାଇଛି ମୋ ସମଗ୍ର

ଅସ୍ତିତ୍ବକୁ ଏକ ଅଦୃଶ୍ୟ ଜଞ୍ଜିରରେ !

ବେଧଡକ କେବେ ମୁଁ ଭି ହସୁଥିଲି

ଦେଖିଲି ଆଜି ଆଲମାରୀ ର

ପୁରୁଣା ଆଲବମରେ

ଖାଲି ଯାହା ଚିତ୍ର ଗୁଡିକ ମଇଳା

ଅସ୍ପଷ୍ଟ ଥିଲା

ବୋଧେ ଆଖିରେ

କିଛି ପୁରୁଣା ସ୍ମୃତି ଥିଲା !

ଚାଲନା ଯିବା ପୁଣି ସେ

ଦିନ ଗୁଡିକର ଅନ୍ଵଷଣରେ

ପାଇଲେ ବାଣ୍ଟିନେବା

କିଛି ମୁଁ କିଛି ତୁମେ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy