Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sriman Bapu

Romance Fantasy Others

4.5  

Sriman Bapu

Romance Fantasy Others

କିଛି ବାକି ରହିଗଲା

କିଛି ବାକି ରହିଗଲା

1 min
63


ଆଉ କିଛି ବାକି ରହିଗଲା 

ଯେମିତି ଚିତ୍ରଟିଏ 

ଶେଷ ସ୍ପର୍ଶ ପାଇଲା ପରେ ବି 

କଳାକାରର ହୃଦୟକୁ 

ଗୋଟିଏ ଅଜଣା ଅଭାବ ବୋଧ 

କୋରି ପକାଏ । 


କବିତାଟିର ଭାବ ଆଉ ଭାଷା 

ମନଛୁଆଁ ହେଲେ ବି 

ହୃଦୟକୁ ଅଖଞ୍ଜିଆ ଲାଗୁଥିବାରୁ 

ଅସହାୟ କବିଟିର ଅନ୍ତର 

ଆଉଟି ପାଉଟି ହେଉଥାଏ ।


ପତ୍ରଟି ଝଡ଼ିଯାଇ ବି ଝଡ଼ି ନପାରି

ଟିକିଏ ମାତ୍ର ଲାଗିରହି 

ହଲହଲ ହେଉଥାଏ । 


ପୁଣି ଯେମିତି ଗାଡ଼ି ଛାଡ଼ିବା ପରେ 

ଜଣେ ଦୁଇଜଣ ରହିଗଲେ 

ଷ୍ଟେସନରେ ଶେଷ ମୁହୁର୍ତ୍ତରେ ।

 

ଆଖିଟା କାଳେ ସବୁ କହି ପକାଏ 

କିଛି ଲୁଚାଇ ପାରେନି , 

ଏଇଥି ପାଇଁ ବୋଧେ ତା' ଅଜାଣତରେ 

ଶେଷ ଥର ପାଇଁ ବିଦାୟ ନେଲାବେଳେ  

ତା' ଆଖିକୁ ସେ ଚାହିଁଲାନି 

କି ନିଜ ଆଖିକୁ ଦେଖେଇ ପାରିଲାନି ।


କିଏ ଜାଣେ , 

କ'ଣ ଲୁଚି ରହିଥିଲା

ଆଉ ବାକି ରହିଗଲା 

ଦୁହିଁଙ୍କ ହୃଦୟ ଭିତରେ ?


Rate this content
Log in

Similar oriya poem from Romance