କିଛି ଅକୁହା
କିଛି ଅକୁହା
କେମିତି କହିବି ସେ ଅପାଶୋରା ଦିନ ସେଇ ଜହ୍ନ ରାତି କଥା
ତୁମେ ଥିଲ ଚୁପ ମୁଁ ଥିଲି ଚୁପ
ସାଥେ ଥିଲା ନୀରବତା ।
ଆଖିର ଭାଷାରୁ ଝରି ପଡୁଥିଲା
ଚଞ୍ଚଳ ଶବ୍ଦ ସମ୍ଭାର
ଗୋଲାପୀ ଓଠରେ ଭରି ରହିଥିଲା
ପ୍ରୀତିର ଫଲଗୁ ଧାର ।
କିଛି ନକହି ବି କହିଯାଉଥିଲା
ଦୁଇଟି ମନର ଗହନ କଥା
ଫିକା ଫିକା ସ୍ମୃତି ଫିକା ଅନୁଭୂତି
ରହିଗଲା ସେହି କାହାଣୀ ଅଧା ।

