STORYMIRROR

Chinmayee Sahoo

Abstract

3  

Chinmayee Sahoo

Abstract

କିଆଁ ମୋତେ ନ ମାରିଲ ?

କିଆଁ ମୋତେ ନ ମାରିଲ ?

1 min
345

ହେ ସୃଷ୍ଟିକରତା ଧାରଣ କରତା

ପ୍ରାଣ ସଞ୍ଚାର କରତା

ତୁମେ ହିଁ ମୋହର ପ୍ରଥମ ବିଧାତା

ଆହେ ମୋର ପିତାମାତା

ତୁମରି ହୃଦୟ ଆକାଶେ ସାଜିଲି

ତୁମ ପ୍ରେମର ସନ୍ତକ

ପୁଣି କିଆଁ ମୋତେ ପାଇବାକୁ ତୁମ

ମନେହେଲା କେଉଁ ଦକ

ଯେବେଠୁ ମୋ ଦେହେ ସଞ୍ଚରିଲା ପ୍ରାଣ

ଅନୁଭବ କଲି ସତେ

ତୁମେ ମୋର ସବୁ ତୁମକୁ ପାଇ ମୁଁ

ଗର୍ବିତ ହୋଇବି କେତେ

ତୁମର ପରଶ ପାଇବି ବୋଲି ମୁଁ

ଅପେକ୍ଷିତ ଥିଲି କାହୁଁ

କି କଥା କରିଲ ପ୍ରାଣ ମୋର ନେଲ

ଜୀବ ଗଲା ଚାହୁଁ ଚାହୁଁ

ଜନମ ଆଗରୁ ମୃତ୍ୟୁ ଦେଲ ମୋତେ

ଲିଙ୍ଗ ନିରୂପଣ କରି

କନ୍ୟା କି ବୁଝେନା ପିତାମାତା ଦୁଃଖ

ହତ୍ୟା କଲ ଜାଣି କରି

ଦୁନିଆ ଦେଖିବି ମା'କୋଳେ ଖେଳିବି

ଦେଖୁଥିଲି ଯାହା ସ୍ୱପ୍ନ

ସ୍ୱାର୍ଥପର ହୋଇ ଦୂରେଇଲ ମୋତେ

ନାଶ କଲ ସବୁ ପୂଣ୍ୟ

ଅବୈଧ ଅବା ମୁଁ ଅବାଞ୍ଛିତ ଯଦି

ଥିଲି ବୋଲି ଭାବୁଥିଲ

ପ୍ରାଣର ସଞ୍ଚାର ହୋଇବାଆଗରୁ

କିଆଁ ମୋତେ ନ ମାରିଲ

କିଆଁ ମୋତେ ନ ମାରିଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract