କି ହଇରାଣ
କି ହଇରାଣ
କିଏରେ ଟାଣୁଛୁ ଖଦୀ
କେଡେ ତୋର ଯେ ସାହlସ,
ଗୋଟେ ଖୁନ୍ଦା ମରି ତୋତେ
ଉପୁଡ଼ାଇଦେବି ନିଶ l
ନେଇଗଲା ନେଇଗଲା
ମାନ ମହତ ଇଜ୍ଜତ,
ରକ୍ଷାକର ମା ଭଉଣୀ
ରକ୍ଷାକର ମୋ ସଙ୍ଗାତ l
ଉଲଗ୍ନ ଦେହରେ ମୁହିଁ
କିପରି ଯିବି ଘରକୁ,
ଲାଜ ଲାଗୁଅଛି ମୋତେ
କିଆଁ ନେଲୁ ମୋ ଲୁଗାକୁ l
ତୋର କିଏ ମା ଭଉଣୀ
ନାହାନ୍ତି କିରେ ପବନ,
କାହିଁକି କଲୁ ହୀନସ୍ତ l
କରି ଏ ବସ୍ତ୍ର ହରଣ l
ଆସିଥିଲି ମୁଁ ନଦୀକୁ
ଝାଡା ମୋତେ ଲାଗିବାରୁ,
ପିନ୍ଧିବା ସମୟେ ନେଇ
ଏ କି ହଇରାଣ କରୁ l
କେମିତି ଉଠିବି ମୁହିଁ
ଏ ନଦୀ ଜଳ ଭିତରୁ,
ସାଙ୍ଗମାନେ ଚିଡ଼ାଅନ୍ତି
ଲୁଗାକୁ ନେଇ ଯିବାରୁ l
ଫେରାଇ ଦେ ମୋର ଖଦୀ
ପିନ୍ଧିବି ଯତନେ ନେଇ,
ଏବେ ବେଳ ବୁଡ଼ିଲାଣି
ଫେରାଇ ଦେ ମୋ ଭାଇ l
ମୋର ସାଙ୍ଗସାଥିମାନେ
କେତେ ସମୟ ଜଗିବେ,
ବିରକ୍ତ ହୋଇ ସେମାନେ
ନିଜ ଘରକୁ ଫେରିବେ l
ଏକେଲା ରହି ନଦୀରେ
ଲାଗିବ ମୋତେରେ ଡର,
ଖଦୀ ଦେଲେ ମୁଁ ପିନ୍ଧିବି
ଲଜ୍ଜାକୁ କରିବି ଦୂର l
ସାଙ୍ଗସାଥିମାନେ ମୋର
ମୋତେ ଛାଡି ଚାଲିଗଲେ,
ଯାଇ ଆମ ଘରେ କହି
ଲୁଗାକୁ ଧରି ଆସିଲେ l
ତପରେ ପିନ୍ଧିଲି ମୁହିଁ
ଆନନ୍ଦ ମନରେ ତାକୁ,
ମୋର ଲୁଗାକୁ ତୁ ନେଇ
ପିନ୍ଧାଇ ଦେ ତୋର ସ୍ତ୍ରୀକୁ l
ଆରେ ଆଉଥରେ ନେବୁ
ମୋର ପିନ୍ଧିଲା ବସନ,
ମନ ତୋର ଭାଙ୍ଗିନାହିଁ
ଆରେ ନିର୍ଲଜ ପବନ l
ପିନ୍ଧିବାର ନ ଆସିଲେ
ଏମିତି ଅବସ୍ଥା ଭୋଗେ,
ନିଜକୁ ଦୋଷ ନ ଦେଇ
ପର ଉପରେ ସେ ରାଗେ l
ସାଙ୍ଗସାଥି ମାନଙ୍କର
ନେଲାନି ବସ୍ତ୍ର କାହାର,
ୟାର ଲୁଗାକୁ ଉଡେଇ
ନେଇଗଲା ଯେ ସମୀର l
ଚାଲି ନ ଜାଣି ବାଟକୁ
ଯିଏ ଦେଉଥାଏ ଦୋଷ,
ପିନ୍ଧା ଯାହାକୁ ଆସୁନି
ଖାଇଦିଅ ସିଏ ବିଷ ।
