Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Romance Tragedy

3  

Kabiratna Nutan Kumar Behera

Romance Tragedy

କହୁଥିଲ ଏତେ ଭଲପାଅ ମୋତେ

କହୁଥିଲ ଏତେ ଭଲପାଅ ମୋତେ

1 min
6


   

କହୁଥିଲ ଏତେ ଭଲପାଅ ବୋଲି ମୋତେ

କଥା କଥାରେ ଦେଇ ପ୍ରତିଶ୍ରୁତି କେତେ

ସଂକଳ୍ପ ବି କରୁଥିଲ ବହୁବାର ମୋ ହିତେ 

ମୋ ପାଇଁ ଆଣି ଦେବ ଚାହିଁବି ଯା' ଯେତେ।

କହୁଥିଲ ସୁନା ଗହଣାରେ ଦେବ ଛାଇ

ମାସେ ଦୁଇ ମାସରେ ନେବ ବିଦେଶ ବୁଲେଇ

ମନ ରଖି ମୋର ପ୍ରେମେ କହୁଥିଲ ବୁଝାଇ

ମଧୁର କହି ଆକର୍ଷିତ କରୁଥିଲ ଭରସା ଦେଇ।

ତୁମ ହୃଦୟରେ ମୋ ନାଆଁ ରଖିଛ ଲେଖି

ମୋ ପାଇଁ ସବୁ ସପନ ଦେଖୁଛି ତୁମର ଆଖି

ସପନକୁ ସତ କରିବ ତୁମ ସପଥ ରଖି

ମୋ ଆଗରେ ଦେବାଦେବୀଙ୍କୁ ରଖୁଥିଲ ସାକ୍ଷୀ।

ମୋ ପାଇଁ ହେବ ଯୋଗୀ ଅବା ଦେବଦାସ

କେତେ କଥା କହି ଜନ୍ମାଉ ଥିଲ ବିଶ୍ବାସ

ଭରସା ଦେଇ ମୁହଁରେ ଫୁଟାଉଥଲ ହସ

କହୁଥିଲ ମୁଁ ତୁମ ପ୍ରାଣର ସ୍ପନ୍ଦନ ନିଶ୍ଵାସ ପ୍ରଶ୍ଵାସ।

କହୁଥିଲ ଏତେ ଭଲପାଅ ବୋଲି ମୋତେ

କ'ଣ ହେଲା ଭୁଲିଗଲ ତୁମେ ଅକସ୍ମାତେ

ଉତ୍ତର କିଛି ଫେରାଉନ ଲେଖିଲେ ଯେତେ

ଦେଖା ବି ହେଉନି ମୋର ତୁମ ସହିତେ।

ଜାଣିଥିଲି ମୁଁ ବଡ଼ ବଡ଼ କଥା ପାଣିର ଗାର

କହିବା ସହଜ କାମ କରି ଦେଖାଇବା କଷ୍ଟକର

ବାହାନା ଛଳନା କରିବାରେ ତୁମେ ଧୁରନ୍ଧର

ସେଥିପାଇଁ ରଖିଥିଲି ତୁମ ଉପରେ ନଜର।

ଭଲ ପାଇବା ପ୍ରେମ କରିବା କଥାରେ ହୁଏନା

ନଥିଲେ ହୃଦୟେ ନିର୍ବିକାର ପବିତ୍ର ଭାବନା

କୁହୁଡ଼ି ପରି ଉଭେଇ ଯାଏ ଦେଇ ପ୍ରତାରଣା

ଏମିତି କଥାରେ ନଥାଏ କିଛି ସମ୍ଭାବନା।

ଜୀବନକୁ ଗଢ଼ିବା ପାଇଁ ଲୋଡ଼ା ବହୁ ଶ୍ରମ

ପରସ୍ପରକୁ ବୁଝି ନ ପାରିଲେ ହୁଏ କି ପ୍ରେମ

ଭାବି ନେଇ ସପନ ଦେଖିବା ଏକ ଭ୍ରମ

ଦୂରଦୃଷ୍ଟି ନ ରଖିବା ଜୀବନର ବଡ଼ ବ୍ୟତିକ୍ରମ।

କହୁଥିଲ ଏତେ ଭଲପାଅ ବୋଲି ମୋତେ 

କେଇ ଦିନରେ ଜଣା ପଡ଼ିଗଲା ତୁରିତେ

ପ୍ରକୃତ ପ୍ରେମ ମିଳେ ନାହିଁ ନିଜ ଇଚ୍ଛା ମତେ

ସତ୍ୟ ଯା' ରହିଛି ରହିବ ସବୁଦିନ ଏ ଜଗତେ।

     



Rate this content
Log in

Similar oriya poem from Romance