ଖୁସି ର ଭଣ୍ଡାର
ଖୁସି ର ଭଣ୍ଡାର
କେତେ କେତେ ଖୁସି ମଉଜ ଭିତରେ
ବୁଡି ରହି ଭାବନାରେ
ବିତି ଯାଏ କାଳ ହସ ରସ ଖେଳ
କଉତୁକ ବିସ୍ମୟ ରେ ।
ଅନେକ ଧାରଣା ଚିନ୍ତା ଓ ଚେତନା
ଜାଗ୍ରତ ହୁଏ କ୍ରମରେ
ମଧୁ ର ପିଆଲା ପରି କେତେ କେତେ
ଖୁସି ଯୋଗାଏ ମନରେ ।
ସୂର୍ଯ୍ୟ ଉଦୟ ର ଠାରୁ ରାତ୍ରୀ ଯାଏ
ମିଠା ମିଠା ଉତେଜନା
ଖୁସିର ସମ୍ଭାର ଅନୁପମ ଦିବ୍ୟ
ଭାବ ରେ କରେ ଉନ୍ମନ। ।
ସଞ୍ଜ ହେଲେ ଜହ୍ନ ଆଲୋକ ତୋରଣ
ଦିଶଇ କି ଚମତ୍କାର
ପରି ବେଶ ପ୍ରତି ସ୍ନେହ ଅନୁରାଗ
ସୃଜଇ ଭାବ ଭଣ୍ଡାର ।
କଳ୍ପନା ଅଙ୍କିତ ଝୋଟିଚିତା ଚିତ୍ର
ଅଙ୍କନ କରଇ ମନ
ମୋହି ନିଏ ଜନ ପ୍ରତି ଜୀବନ କୁ
ପ୍ରଭାବିତ କରି ଜ୍ଞାନ
ଆଲୋକ ଆହ୍ବାନ ଦିବ୍ୟ ପ୍ରଶାନ୍ତି ରେ
ମନ ପ୍ରାଣ କୁ ତଲ୍ଲିନ ।
