STORYMIRROR

Panchanan Jena

Abstract Inspirational

4  

Panchanan Jena

Abstract Inspirational

ଖୁସି ଇସ୍ତାହାର

ଖୁସି ଇସ୍ତାହାର

1 min
246


କେହି କେହି ପାଖେ ବସିଲେ 

ଖୁସି ବରଷେ

ପୁଷି ବିଲେଇ ପରି ଦେହ ଘଷିଲେ

ମନ ହରଷେ

ଆଉ କିଛି ଦୂରେଇ ଗଲେ କଟି ଗଲେ

ଖୁସି ମୁରୁକି ହସେ ।


କେହି କେହି ଅସ୍ଥା ବିଶ୍ୱାସ ଜନ୍ମେଇ  

ଅନ୍ୟ ପାଇଁ ଖୁସି ବାଣ୍ଟନ୍ତି

ସହଯୋଗର ହାତ ବଢେଇ ମିଶେଇ 

ଖୁସି ବଳୟ ଆଙ୍କନ୍ତି

ଆଉ କିଛି ବିଶ୍ୱାସରେ ବିଷ ମିଶେଇ

ତତୋଧିକ ଖୁସି ଦିଶନ୍ତି ।


କେହି କେହି ଖୁସି ବାଣ୍ଟି ବାଣ୍ଟି 

ବହୁତ ଖୁସି

ଅନ୍ୟ ପାଇଁ ଦାନ ଦକ୍ଷିଣା ଦେଇ 

ଡବଲ ଖୁସି

ଆଉ କିଛି ଖୁସି ବଦଳରେ ଦୁଃଖ 

ଦେଇ ଖୁସି ।


କେହି କେହି ଅନ୍ୟ ପାଇଁ ଖୁସିର କାରଣ

ସୁଖ ପ୍ରକରଣ

ଶ୍ରମ ରକ୍ତ ସମୟ ଦେଇ ବିପଦେ ଆପଦେ 

ପ୍ରକୃତ ବନ୍ଧୁ ଜାଣ

ଆଉ କିଛି ଅନ୍ୟ ଆଖିରେ କାଦୁଅ ଫିଙ୍ଗି

ଗଙ୍ଗା ଯମୁନା ପ୍ରସ୍ରବଣ ।


କେହି କେହି ହାତ ଉପରେ ହାତ ରଖି ଖୁସି

ହସର ସୋପାନ

ସମସ୍ୟା ସହିତ ଯୁଝି ପରପାଇଁ ଝାଳ ବୁହେଇ

ସୁନ୍ଦର ସମାଧାନ 

ଆଉ କିଛି ହାତରୁ ହାତ ଛଡେଇ ପେଞ୍ଚଲଗେଇ 

ନାଟକୀୟ ଖୁସି ଅଧିନ ।


ଏମିତି ଏ ଦୁନିଆ ବଡ଼ ଚିତ୍ର ବିଚିତ୍ର

କେହି କେହି ନିଜ ଭିତରେ କେନ୍ଦ୍ରୀତ

 କସ୍ତୁରି ପାଇ ଖୁସି 

ଆଉ କିଛି ଅନ୍ୟ ପାଇଁ ତ୍ୟାଗ 

ବଳିଦାନ କରି 

ସେବା ସାହାଯ୍ୟ କରି 

ଦଶଗୁଣା ଖୁସି ।


ଆଗରେ ପଡିଛି ଖୁସି ଇସ୍ତାହାର

ବାଛିବେ ଆପଣେ ବ୍ୟକ୍ତିତ୍ଵ ପ୍ରକାର ।


Rate this content
Log in

Similar oriya poem from Abstract