STORYMIRROR

Minakumari Tahala

Tragedy

4  

Minakumari Tahala

Tragedy

ଖୁସି ବନାଇଛି ଦୁଃଖ

ଖୁସି ବନାଇଛି ଦୁଃଖ

1 min
328


ଖୁସି ରେ ଖୁସିରେ କହିଦେଇ ଥିଲ

ଭଲ ପାଅ ବୋଲି ମୋତେ

ସେ ଦିନ କଥାକୁ ଭୁଲି ଯିବ ବୋଲି

ଜାଣି ମୁଁ ନ ଥିଲି ସତେ।


ସେ ଦିନର ଟିକିଏ ଖୁସି ପାଇଁ ପରା

ଆଜି ମୁଁ ଝରା ଏ ଲୁହ

ପୁଅ ଟିଏ ବୋଲି ତୁମେ ଖସି ଗଲ

ମୋର କିମ୍ବା ଭୁଲ୍ କୁହ।


ଅଭିଆଡ଼ି ଝିଅ ମାଆ ଟିଏ ହୋଇ 

ଦୁଃଖ କୁ ଆବୋରି ନେଲି 

ସମାଜ ଆଖିରେ କଳକିନୀ ବୋଲି

ନାମ ଟିଏ ପାଇ ଗଲି।


ଶଙ୍ଖା ସିନ୍ଦୂର ପିନ୍ଧାଇବି ବୋଲି

କଥା ଟିଏ ଦେଇ ଥିଲ

ତୁମରି ସ୍ମୃତି ର ଏ ଗର୍ଭ ସନ୍ତାନ

କେମିତି ବା ଭୁଲି ଗଲ ।


ମନେ ରଖ ତୁମେ ନାରୀ ଙ୍କ ଲୁହ ରେ

ଲଙ୍କା ବି ହୋଇଛି ଧ୍ଵଂସ

ସମୁହ ଲୋପ ହୋଇ ଯାଇଛନ୍ତି

ଏତେ ବଡ଼ କୁରୁ ବଂଶ।


ଏହି ଅନ୍ୟାୟର ପାଇଁ ଦଣ୍ଡ ଟି ଦେବେ

ଉପର ବାଲା ଟି ଜାଣ

ବିଶ୍ଵ।ସ ରହିଛି ରକ୍ଷା ଯେ କରିବେ

ପ୍ରଭୁ ଶ୍ରୀ ନାରାୟଣ।



Rate this content
Log in

Similar oriya poem from Tragedy