STORYMIRROR

Manaswinee Dash

Abstract

3  

Manaswinee Dash

Abstract

ଖରା

ଖରା

1 min
187

ଆମ ଜୀବନର ସାଥୀ ଖରା, 

ଆମ ସାଥେ ସବୁବେଳେ ଥାଏ ରହି, 

ଜୀବନରେ ସବୁଦିନ ଆମ ସାଥୀରେ ସମୟ ବିତାଏ ପରା, 

ମଲା ପରେବି ରହେ ଜୁଇ ର ସାଥୀ ହୋଇ। 


ସକାଳ ତା କୋମଳ ପର ଶରେ କରେ ଆଲିଙ୍ଗନ, 

ତାପରେ ଧୀରେ ଧୀରେ ବଢେ ତା ପ୍ରକୋପ, 

ସଂଧ୍ୟା ଆସିଲେ ସିଏ ଜାଏ ହେଇ କଣ, 

ରାତି ହେଲେ ସେ ଲୁଚି କରଇ କୋପ। 


ଗ୍ରୀଷ୍ମକାଳ ରେ ସତରେ ଦେଖାଏ କେତେ ଟାଣ, 

ଆସିଲା ପରେ ପରେ ହିଁ ବଢଇ ତା ତାତି, 

ଉତ୍ତପ୍ତ କରି ବଦନ, 

ଚାରିମାସ ଏମିତି ଯାଏ ବିତି। 


ବରଷା ରେ ତାର ଦେଖାର ନଥାଏ ନିର୍ଦିଷ୍ଟ ସମୟ,

ମେଘ ରଖିଥାଏ ତାକୁ ଆୟତ୍ତି, 

ହୁଅ ଯେତେ ପଛେ ଅନୁନୟ ବିନୟ, 

କେଇଦିନ ଯାଏ ବି ଦେଇପାରେନି ତାପ୍ତି। 


ଶୀତଦିନରେ ସିଏ ଆସେ ବିଳମ୍ବ କରି, 

ମଧ୍ଯାହ୍ନ ରେ ଦିଏ ଟିକିଏ ତାପ, 

ସମସ୍ତେ ଥାଆନ୍ତି ତାକୁ ଅପେକ୍ଷା କରି, 

ତାର ଧରଣୀରେ ରହିବା ସମୟ ଅଳପ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract