STORYMIRROR

Prasanta kumar Hota

Romance

3  

Prasanta kumar Hota

Romance

ଖୋଜୁଚି ମୁଁ ତୋତେ

ଖୋଜୁଚି ମୁଁ ତୋତେ

1 min
12.6K


ମନ ମନ୍ଦିରରେ ଖୋଜୁଚି ମୁଁ ତୋତେ
ପାଷାଣ ହେଲୁକି ତୁହି
ପ୍ରତିମା ପରାୟ ବସିଗଲୁ କିବା
ପାଉନାହିଁ ଖୋଜି କାହିଁ

ସ୍ମୃତି ତୋର ଯେତେ ସାଇତି ରଖିଛି
ମନେ ପଡେ ମୋର ନିତି
ଭାବୁଛି କେମିତି ନୈବେଦ୍ୟକୁ ଦେବ
ପ୍ରେମ ପରାତ୍ପର ପ୍ରତି

ମୋ ହୃଦ ଭିତରେ ମାନସ ମନ୍ଦିରେ
ରଖିଥିବି ତୋତେ ସଦା
ଭଲ ପାଇବା ମୋ ବଞ୍ଚି ରହିଥାଉ
ଅନ୍ତରେ ନାହିଁ କି ବାଧା

ତୁମେ ମୋ ପ୍ରେୟସୀ ହେଇ ମତ୍ତକାଶୀ
ଆସିଥିଲ ଦିନେ ପାଶେ
ତୋର ଆଲିଙ୍ଗନ ଆବୁର ଚୁମ୍ବନ
ରହିଗଲା ଅବଶୋଶେ

ମୋ ଆଖି ଲୁହରେ ଭିଜିଗଲେ ଦେହ
ଖୁସି କି ରହିବୁ ତୁହି
ମୋ ପ୍ରେମ ବରଷା ହେଉ ତୋର ତୃଷା
ଢାଳୁଥିବି ତୋର ପାଇଁ

ଖୁସି ରଖିବାର ଇଛା ଥିଲା ବୋଲି
ଦେଲି ଖୁସି ତୋର ଠାରେ
ସେ ଖୁସିରେ ଯଦି ଦୁଃଖ ନଭରିଲା
ମୋ ସୁଖ କି ସୁଖ ଭରେ

ପ୍ରଶାନ୍ତ କୁମାର ହୋତା 🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance