ଖୋଜୁଛି ଖୁସି
ଖୋଜୁଛି ଖୁସି
ଏ ମଣିଷ ଆଜି ଖୋଜୁଛି ଖୁସି
ଜଳ,ଜମି, ଜଙ୍ଗଲ ସବୁ କାନ୍ଦନ୍ତି ବସି
ମଣିଷ ପଣିଆ ପାଇଛି ବାସୀ
ବନ୍ଧୁ ପରି ନାହାଁନ୍ତି ଖୁସି ।
ଆଗ ପରି ମେଘ ଯାଏ.
ସାହି ପଡ଼ିଶାଙ୍କ ମଧ୍ୟେ
ନାହିଁ ସେ ହସ ଓ ଖୁସି
ଗାଁ ଗଣ୍ଡା ସବୁ ହେଲା ସହର
ସଭିଙ୍କ ମନେ ପଶିଲା ଜହର ।
ସାନ ମାନେ ବଡଙ୍କୁ ନ କରନ୍ତି ଜୁହାର
ସମୁଦ୍ରେ ଆସେ ଅଦିନେ ଜୁଆର
ଛାଡ଼ପତ୍ର ମଧ୍ୟେ ସମ୍ପର୍କ ସ୍ଵାମୀ ସ୍ତ୍ରୀର
ମହିଳା ଖୋଜଇ
ତା ସ୍ଵାଧୀନତା ତା ଅଧିକାର
ପୁରୁଷ ଦେଖାଏ ବଡିମା ତା'ର ।
ସୁଖ ହୋଇଛି ସାତ ସପନ
ଶାନ୍ତି କୁ ମଣିଷ ରଖେ ଗୋପନ
ଯେତେ ଅରଜିଲେ ବି ମନେ
ନାହିଁ ତ ଖୁସି
ଖୋଜୁଛି ମଣିଷ ଆଜି ତା ଖୁସି ।
ବାପା ମା ରୁହନ୍ତି ବୃଦ୍ଧାଶ୍ରମେ
ପୁଅ ଝିଅ ଅବିବାହିତ ହୋଇ
ଆଜି ଏଠି ମାତନ୍ତି ପ୍ରେମେ
ଲିଭ୍ ଇନ୍ ଟୁଗେଦର ର ହୋଇଲା ଯୁଗ
ପୁଅ ଝିଅ ବିନା ବିବାହେ କରନ୍ତି ଉପଭୋଗ ।
ଅତ୍ୟାଧୁନିକ ଯୁଗ ଆଜି ଫଞ୍ଚିଲା ଆସି
ଗୋଟାଏ ସେକେଣ୍ଡରେ ମଣିଷ
ପୃଥିବୀ ଭ୍ରମଣ କରୁଥିବା ଵସି
ରୋଗ, ଦୁଃଖ, ଶୋକ ଯୁଦ୍ଧରେ ମାତି
ନିଜ ମଣିଷ ପଣିଆ କୁ କରୁଛି ଇତି ।
ବିଦ୍ୟାଳୟ ବିଦ୍ୟାର ହୁଏ
ଏଠି ଆଜି ଅବମୂଲ୍ୟାୟନ
ଘରେ ବସି ବସି ମଣିଷ କରୁଛି
କେତେ ମିଶାଣ, ଫେଡାଣ ଓ ହରଣ ଗୁଣନ
ଏ ମଣିଷ ଆଜି କରୁଛି ବସି
କାହିଁ କେଉଠି ଏ ମଣିଷ ଜାତି
ଅହରହ ତା ଜୀବନ ଜୀବିକା ପାଇଁ
ଖୋଜୁଛି ଶାନ୍ତି, ମୈତ୍ରୀ ଓ ପ୍ରୀତିର ଖୁସି
ମଣିଷ ଆଜି ଖୋଜୁଛି ଖୁସି ।
