Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଖଜୁରୀ ଗଛ

ଖଜୁରୀ ଗଛ

1 min
147



ବହୁ ଉପକାରୀ ଖର୍ଜୁର ପାଦପ

କଣ୍ଟାଳିଆ ଗୁଳ୍ମ ଶ୍ରେଣୀ

ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ କୋଳି

ଖରା ଦିନେ ପାଚି ଯାଇ ।

କଞ୍ଚା ବେଳେ ଥାଏ ସବୁଜ ରଙ୍ଗର

ଦରକଞ୍ଚା ହଳଦିଆ

ରଙ୍ଗର ହୁଅଇ ପୁରାପୁରି ପାଚି 

ହୋଇ ଥାଏ ଖଇରିଆ ।

ବହୁ ସୁଆଦିଆ ଖାଦ୍ୟ ଏଇ କୋଳି

ଖଜୁରୀ ଗଛ ରେ ଫଳି

ମହ ମହ ବାସେ ଦୂରରୁ ଆକର୍ଷ

ପାଚିଲେ ପଡଇ ଝଡି  ।

ପବନ ବହିଲେ ଖାଇ ବାକୁ ମିଳେ

ଗଛ ମୂଳରେ ଏ କୋଳି

ଏହି ଖଜୁରୀ ରୁ ପ୍ରସ୍ତୁତ ହୁଅଇ

ତାଳ ଗୁଡ଼ ଆଉ ତାଡି ।

ନାନା ନିଶାଦ୍ରବ୍ୟ ତିଆରି ହୁଅଇ

ଖଜୁରୀ ଗଛ ରୁ ଜାଣ

ଖଜୁରୀ ଗଛ କୁ ନେଇ ହୋଇ ଅଛି

ପ୍ରବାଦ ଓ ପ୍ରବଚନ ।

ସହିତ ବିଭିନ୍ନ ପ୍ରକାରର ଲୋକ

ଗୀତ , ଲୋକ କଥା ପୁଣି

ଲୋକ ବାଣୀ ନୀତି ଉପଦେଶ

ଆଦି ବହୁ ବିଦ୍ଧ ଜାଣି ।

କର୍କଟ ରୋଗ ର ଆରୋଗ୍ୟ ସାଧିତ

କରି ଥାଏ ଏ ଖଜୁରୀ 

ବିଲ ବାଡି, ବନ , ପାହାଡିଆ ସ୍ଥାନ

ସବୁଠି ଚାଷ ହୁଅଇ ।

ମରୁସ୍ଥଳୀ ଠାରେ ଛାୟା ଦାନ କରେ

ଏଇ ଖର୍ଜୁର ପାଦପ

ଆତପ ତାପରେ ଅଥୟ ହୋଇଲେ

ବିଶ୍ରମନ୍ତି ଏଥି ପାନ୍ଥ ।





Rate this content
Log in

Similar oriya poem from Abstract