STORYMIRROR

Binodini Dash

Inspirational

4  

Binodini Dash

Inspirational

କହଇ ମନ ଆରେ ମୋ ବୋଲ କର

କହଇ ମନ ଆରେ ମୋ ବୋଲ କର

1 min
34


କହଇ ମନ ଆରେ ମୋ ବୋଲ କର

ହୁଡ଼ିଲେ ପଥ ତୁହି ଦୁଃଖ ଅପାର ।


ତୋହର ପ୍ରତି କର୍ମେ ମିତଟେ ମୁହିଁ

ସାରା ଜୀବନ ତୋର ସାଥିରେ ରହି ।


ସୂଚାଏ ଭଲମନ୍ଦ ସମୟ ଦେଖି

ନ ପାରୁ ଯେତେବେଳେ ତାକୁ ପରଖି ।


ମୁଁ ତୋର ବୁଦ୍ଧି ବଳ ସାହସ ଶକ୍ତି

ଚଳିଲେ ବିପଦରୁ ପାଇବୁ ମୁକ୍ତି ।


ଆନ ବୁଦ୍ଧିରେ ଘୋଡ଼ା ଚଢ଼ିବୁ ଯେବେ

ପଲଟି ପଡ଼ି ଜ୍ଞାନ ହାରିବୁ ତେବେ ।


ଥଟ୍ଟାତାମସା କରି ହସିବେ ଜନ

ନିରିବୁଦ୍ଧିଆର ଏପରି ଜୀବନ ।


ସୁଖ ଶାନ୍ତି ଯେତେକ ଯିବ ଦୂରେଇ

ବିକଳରେ ରୋଦନ କରିବୁ ତୁହି ।


ବିଭୁପ୍ରୀତି ଜୀବନେ ଲଭିବୁ ନାହିଁ

ଜନମ ତୋର କେବେ ସାର୍ଥକ ନୋହି ।


ଜନତା ଜନାର୍ଦ୍ଦନ ସେବାରେ ଲାଗ

ସେଥୁ ପରମ ତୃପ୍ତି ମିଳିବ ଆଗ ।


ସତ୍ଯ ଧରମ ପଥେ ଆଗେଇ ନିତି

କରମ ସାଧନରେ ରଖୁଥା' ମତି ।


ଆପଣାପଣେ ଆନ ହୃଦୟ ଛନ୍ଦି

ତାହାରି ଭିତରେ ତୁ ହୋଇଯା' ବନ୍ଦୀ ।


ମୋର ମୋର ଯାହାକୁ ବୋଲୁଛୁ ତୁହି

ପଥକୁ ସଖା ହେବେ କେବେ କି ସେହି ?


ଜଣେ ହୋଇଲେ ଖଣ୍ଟ ଆନ ଗାରିମା

ଭୁଲାଇ ନେବେ ତୋତେ ସୁପଥ ସୀମା ।


ଦାରା ତନୟ ଧନ କେ ନୁହେଁ କା'ର

ସକଳ ଛାଡ଼ି ତୁହି ବିଷ୍ଣୁଙ୍କୁ ଧର ।


ସେହି ତୋର ଜୀବର ପରମ ଗତି

ତାଙ୍କରି କର୍ମେ ଲାଗି ହେବୁ ମୁକତି ।




Rate this content
Log in

Similar oriya poem from Inspirational